33.1 C
Bhubaneswar
Sunday, April 28, 2024
Homeଓଡିଶାଆସନ୍ତା ୨ଦିନ ରାଜ୍ୟରେ ବର୍ଷା ସମ୍ଭାବନା

ଆସନ୍ତା ୨ଦିନ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ୨୪ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରିଣ ଓଡିଶା, ଉପକୂଳ ଓଡିଶାର ଅନେକ ସ୍ଥାନ ଓ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ବୌଦ୍ଧ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ୧୯ ତାରିଖ ଦିନ ଭୀଷଣ ବର୍ଷା ହୋଇପାରେ।

ସୂଚନା ମୁତାବକ, ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଜାରି ରହିଛି। ଏହା ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୨ଦିନ ପର୍ୟ୍ୟନ୍ତ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ସେହିପରି କନ୍ଧମାଳ ଜିଲ୍ଲା ବାଲିକୁଦାରେ ୮୦.୬ ମିମି, ବରଗଡ଼ ଜିଲ୍ଲା ବିଜେପୁରରେ ୭୮.୦ମିମି ବର୍ଷା ହୋଇଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୁବନେଶ୍ବରରେ ମଧ୍ୟ ୩.୫ମିମି ବର୍ଷା ହୋଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗରରେ ମୌସୁମୀ ପ୍ରବାହ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking