33.1 C
Bhubaneswar
Saturday, April 27, 2024
Homeକରୋନାଏବେ ଡ୍ରୋନ ସାହାଯ୍ୟରେ ପହଂଚିବ କରୋନା ଟିକା ଓ ଔଷଧ

ଏବେ ଡ୍ରୋନ ସାହାଯ୍ୟରେ ପହଂଚିବ କରୋନା ଟିକା ଓ ଔଷଧ

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ମାଡି ଚାଲୁଥିବା ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଭ୍ୟାକ୍ସିନକୁ ସବୁଠୁ ବଡ ସୁରକ୍ଷା କବଚ ଭାବରେ ଦେଖାଯାଉଛି । କାରଣ କେନ୍ଦ୍ର ସରକାର ଦେଶ ର ପ୍ରତି ନାଗରିକଙ୍କ ପର୍ଯ୍ୟନ୍ତ ଟିକା ପହଂଚାଇବାକୁ ଚାହୁଁଛନ୍ତି । ହେଲେ କିଛି ଏମିତି ସ୍ଥାନ ରହିଛି, ଯେଉଁଠି ଠିକ ସମୟରେ ଭ୍ୟାକ୍ସିନ ପହଂଚାଇବା ସହଜ ନୁହେଁ । ସେଥିପାଇଁ ସେହି ସବୁ ଅଂଚଳକୁ କରୋନା ଭ୍ୟାକ୍ସିନ ଓ କରୋନା ଔଷଧ ଡ୍ରୋନ ସାହାଯ୍ୟରେ ପହଂଚାଇବାକୁ ପ୍ରସ୍ତୁତି ଚାଲିଛି । ଏହି ଡ୍ରୋନକୁ ବେୟନଡ ଭିଜୁଆଲ ଲାଇନ ଅଫ ସାଇଟ ମେଡିକାଲ ଡ୍ରୋନ ବି କୁହାଯାଏ । ମେଡିକାଲ ଡ୍ରୋନ ଡେଲିଭରି  ଟ୍ରାଏଲ ଆଜିଠୁ ବେଙ୍ଗାଲୁରୁରେ ଆରମ୍ଭ ହେବ । ଥ୍ରୋଟଲ ଏରୋସ୍ପେସ ସିଷ୍ଟମ ନାମକ କମ୍ପାନୀ ଆଜି ବେଙ୍ଗାଲୁରୁରୁ ୮୦ କିମି ଦୂର ଗୌରୀବିଦନୁର ରେ ୩୦ରୁ ୪୫ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟ୍ରାଏଲ ଆରମ୍ଭ କରିବ । ଥ୍ରୋଟଲ ଏରୋସ୍ପେସ ସିଷ୍ଟମ କମ୍ପାନୀ ଇନବୋଲି ସ୍ୱିସ ସହିତ ମିଳିତ ଭାବରେ ଏହି ପ୍ରୋଜେକ୍ଟର ଶୁଭାରମ୍ଭ ଆଜିଠୁ କରିବ ବୋଲି କହିଛି । କହିରଖୁଛୁ, ଇନବୋଲି-ସ୍ୱିସ ପ୍ରଫେସନାଲ ଡ୍ରୋନ ଆପ୍ଲିକେସନ ପ୍ରସ୍ତୁତ କରିବା ଓ ଏୟାର ଟ୍ରାଫିକ ଆଓାରନେଓ ସିଷ୍ଟମ ପ୍ରସ୍ତୁତ କରିବାରେ ଖ୍ୟାତ । ଡ୍ରୋନ ସାହାଯ୍ୟରେ ଜିନିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଂଚାଇବାରେ ବ୍ୟବହାର ହୋଇଥିବା ସଫ୍ଟଓୟାରକୁ ର‌୍ୟାଡିଣ୍ଟ ନାମ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking