28.1 C
Bhubaneswar
Friday, March 29, 2024
Homeଖେଳଭାରତ-ନ୍ୟୁଜିଲାଣ୍ଡ: WTC ଫାଇନାଲ ମ୍ୟାଚରେ ବାଧା ସାଜିପାରେ ବର୍ଷା

ଭାରତ-ନ୍ୟୁଜିଲାଣ୍ଡ: WTC ଫାଇନାଲ ମ୍ୟାଚରେ ବାଧା ସାଜିପାରେ ବର୍ଷା

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱ ଚାମ୍ପିୟନସିପ ର ଫାଇନାଲ ମୁକାବିଲାରେ ବାଧା ସାଜିପାରେ ବର୍ଷା । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ମ୍ୟାଚ ଆରମ୍ଭ ହେବାର ଅଛି । ହେଲେ ଏବେ ସାଉଥମ୍ପେଟନରେ ବର୍ଷା ହେଉଛି । ଫଳରେ ସୂଚନା ଆସୁଛି ଯେ, ନିର୍ଦ୍ଧାରିତ ସମୟରେ ମ୍ୟାଚ ଆରମ୍ଭ ହୋଇନପାରେ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । କହିରଖୁଛୁ, ସାଉଥମ୍ପେଟନରେ ଗତ ରାତିଠୁ ବର୍ଷା ହେଉଛି । ଏମିତିରେ ପୂର୍ବରୁ ବି ପାଗ ନେଇ ଆଶା ଆଶଙ୍କା ରହିଥିଲା । ଯଦି ସେଠିକାର ତାପମାତ୍ରା ବିଷୟରେ କଥା କହିବା, ତେବେ ୧୮ ଜୁନରେ ଅଧିକାଂଶ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ଓ ନୂନ୍ୟତମ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିବ । ଆଉ ଏମିତି ପାଗ ପାଇଁ ମ୍ୟାଚର ପ୍ରଥମ ଦିନରେ ହାଲକା ଥଣ୍ଡା ସାରା ଦିନ ଜାରି ରହିବ । ଏମିତି ପାଗ ଟେଷ୍ଟର ୫ ଦିନ ରହିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking