28.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟସକାଳେ ଖାଲି ପେଟରେ ଅଁଳା ରସ ପିଇଲେ ହେବ ଏହିଭଳି ଫାଇଦା....

ସକାଳେ ଖାଲି ପେଟରେ ଅଁଳା ରସ ପିଇଲେ ହେବ ଏହିଭଳି ଫାଇଦା….

ନୂଆଦିଲ୍ଲୀ : ସକାଳେ ଖାଲି ପେଟରେ ଅଁଳା ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହାର ଅନେକ ଫାଇଦା ରହିଛି। ଏହାକୁ ପିଇବା ଦ୍ୱାରା ରକ୍ତ ଅଭାବ ଦୂର ହୋଇଥାଏ। ଅଁଳାରେ ଥିବା ପୋଷକ ତତ୍ତ୍ୱ ଇମ୍ୟୁନିଟି ବଢାଇଥାଏ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଅଁଳାକୁ ଭିଟାମିନ୍ ସି ର ସର୍ବୋତ୍ତମ ଉତ୍ସ ବୋଲି କୁହାଯାଏ। ଏହା ବ୍ୟତୀତ ଅଂଳାରେ ଭିଟାମିନ୍ ଏ, ବି କମ୍ପ୍ଲେକ୍ସ, ପୋଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, କାର୍ବୋହାଇଡ୍ରେଟ୍, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫାଇବରର ଗୁଣ ମିଳିଥାଏ। ସକାଳେ ଖାଲି ପେଟରେ ଅଁଳା ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ଶରୀର ଅନେକ ସଂକ୍ରମଣରୁ ଦୂରେଇ ରହିଥାଏ ଏବଂ ଓଜନ କମିଥାଏ।

ଅନେକ ଲୋକ ଫିଟ୍ ଏବଂ ପତଳା ରହିବା ପାଇଁ ସକାଳେ ଖାଲି ପେଟରେ ଅଁଳା ରସ ପିଇଥା’ନ୍ତି। ଏହା ଓଜନ ହ୍ରାସ କରିଥାଏ। ଯଦି ଆପଣ ନିଜର ବର୍ଦ୍ଧିତ ଓଜନକୁ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ସକାଳେ ଖାଲି ପେଟରେ ଅଁଳା ରସ ପିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking