24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଜୁନ୍ ମାସରେ ଓଡ଼ିଶାରେ ହେବ ଅଧିକ ବର୍ଷା

ଜୁନ୍ ମାସରେ ଓଡ଼ିଶାରେ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଓ ତାମିଲନାଡୁ ଛୁଇଁସାରିବା ପରେ ଏବେ କର୍ଣ୍ଣାଟକ, ଆସାମ ଓ ମେଘାଳୟରେ ପ୍ରବେଶ କରୁଛି । ତେଣୁ ଖୁବ୍ ଶିଘ୍ର ଏହା ଦେଶର ଅନ୍ୟ ଅଞ୍ଚଳ ଛୁଇଁବ ବୋଲି ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଜୁନ୍ ମାସରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ । ବିଶେଷ କରି ପଶ୍ଚିମ ଭାରତ, ଉତ୍ତର- ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ୱାଭାବିକ ଓ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ କମ୍ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକର ଦକ୍ଷିଣ ଭାଗରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ତେବେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକା ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ହେଲେ ଓଡ଼ିଶାରେ କେତେ ପରିମାଣର ବର୍ଷା ଜାରି ରହିବ ସେନେଇ ନିର୍ଦ୍ଦିଷ୍ଟ ଆକଳନ କରାଯାଇନଥିଲେ ମଧ୍ୟ ମିଶ୍ରିତ ଆକଳନ କରାଯାଇଛି । ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଆଉ କେତେକ ଅଞ୍ଚଳରେ ସ୍ୱାଭାବିକ ଓ ଆଉ କେତେକ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ ବୋଲି ଡିଜି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ସାଧାରଣତଃ ଜୁନ୍ ୧୨ରୁ ୧୫ ମଧ୍ୟରେ ମୌସୁମୀ ପ୍ରବେଶ କରିଥାଏ । ତେବେ ଓଡ଼ିଶାରେ ଏହା କେବେ ପ୍ରବେଶ କରିବ ସେନେଇ ଏବେ ଠାରୁ ନିର୍ଦ୍ଦିଷ୍ଟ ଭାବେ କିଛି କହିହେବ ନାହିଁ । ଏପରିକି ଚଳିତ ବର୍ଷ ସାରାଦେଶରେ ୧୦୩% ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଜୁଲାଇ ମାସରେ କେତେ ପରିମାଣର ବର୍ଷା ହେବ ତାହା ଜୁନ୍ ଶେଷ ବେଳକୁ ଆକଳନ କରାଯିବ ।

ଏବେ ମୌସୁମୀ ବାୟୁ କେରଳ, ତାମିଲନାଡୁ, କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଥିବାବେଳେ କିଛି ଦିନ ଭିତରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ଅରୁଣାଚଳପ୍ରଦେଶରେ ପ୍ରବେଶ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking