29.1 C
Bhubaneswar
Sunday, April 28, 2024
Homeଓଡିଶାବିଧାନସଭାରେ ଉଠିଲା ଏସିଏଫ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ

ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ କାର୍ଯ୍ୟ ଦିବସ । ମଙ୍ଗଳବାର ଶୂନ୍ୟକାଳରେ ଉଠିଲା ଏସିଏଫ ସୌମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗ। ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଗଜପତି ଜିଲା ଏକ ଶାନ୍ତିପ୍ରିୟ ଜିଲା । ମାତ୍ର ଜିଲା ଏବେ ଉଠୁଛି ପଡୁଛି । ଏସିଏଫଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁରେ ଏତଲା ହୋଇଥିଲା ।

ଏ ନେଇ ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଞ୍ଚ ୧୫ ଦିନ ହେବ ତଦନ୍ତ କରୁଥିଲେ ବି ଏହାର କୌଣସି ଦିଗ ବହାରିପାରୁନି । ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି । ବର୍ତ୍ତମାନ ଏ କେଶ ସମ୍ପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଛି। ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାଡ୍ରାସ, ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦକୁ ଏ କାଠ ସବୁ ଚାଲାଣ ହେଉଛି । ଯେତେବେଳେ ଜଙ୍ଗଲରୁ ଛୋଟ ଜିନିଷ ଟି ଚୋରି ହେଉଛି ଲୋକଙ୍କ ଉପରେ ଅତ୍ୟାଚାର କରହେଉଛି । ମାତ୍ର ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି । ଏ ଘଟଣାରୁ ଲାଗୁଚି ସରକାର ଡିଏଫଓ ଙ୍କୁ ସୁରକ୍ଷା ଦେଉଛନ୍ତି । କାହିଁକି ତାଙ୍କୁ ବଦଳି କରାଯାଉନି । ସ୍ଥାନୀୟ ଲୋକେ ତାତିଲେଣି । ସତ କଣ ସାମ୍ନା କୁ ଆସୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking