35.1 C
Bhubaneswar
Friday, May 10, 2024
Homeଓଡିଶାଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନର ବିକାଶ କରାଯାଉଛି: ପ୍ରତାପ ଜେନା

ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନର ବିକାଶ କରାଯାଉଛି: ପ୍ରତାପ ଜେନା

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ଷଷ୍ଠ କାର୍ଯ୍ୟ ଦିବସ । ମଙ୍ଗଳବାର ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି, ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନର ବିକାଶ କରାଯାଉଛି । ପ୍ଲାଟଫର୍ମ ନଂ ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତ୍ବେ ବି ରେଳ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଷ୍ଟେସନର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି ।

କୋଭିଡ୍ ସ୍ଥିତି, ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିୟରାନ୍ସ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି । ଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ । ମଲ୍ ଓ ମାର୍କେଟ୍ କମ୍ପ୍ଲେକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ବିଲ୍ଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କ୍ଲିୟରାନ୍ସ ଆବଶ୍ୟକ ଥିବାବେଳେ ତାହା ମିଳିସାରିଛି । ପ୍ଲାନ୍ ଓ ଡିଜାଇନ୍ ବି ଶେଷ ହୋଇଛି । ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ ଓ ପାରିପାର୍ଶ୍ବିକ ଭିତ୍ତିଭୂମିର ବିକାଶ କରିବେ ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking