31.1 C
Bhubaneswar
Tuesday, May 21, 2024
Homeଅପରାଧବାହାଘର ଭାଙ୍ଗିବାରୁ ଯୁବତୀଙ୍କ ତଣ୍ଟି କାଟି ହତ୍ୟା

ବାହାଘର ଭାଙ୍ଗିବାରୁ ଯୁବତୀଙ୍କ ତଣ୍ଟି କାଟି ହତ୍ୟା

କର୍ଣ୍ଣାଟକ : କର୍ଣ୍ଣାଟକରେ ଜଣେ ୩୨ ବର୍ଷୀୟ ଲୋକ ଏକ ୧୬ ବର୍ଷୀୟ ଝିଅର ଗଳା କାଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ପ୍ରକାଶ ଏବଂ ସେ ଝିଅଟିର କାଲି ବାହାଘର ହବାର ଥିଲା । କିନ୍ତୁ କେହିଜଣେ ଶିଶୁ ଆୟୋଗକୁ ଖବର କରିଦେଇଥିଲେ । ଯାହା ଫଳରେ ଶିଶୁ ଆୟୋଗ ସେଠାରେ ପହଁଞ୍ଚି କହିଥିଲେ ଯେ ସେ ଝିଅଟିର ସଠିକ୍ ବୟସ ନହୋଇଥିବାରୁ ଏହି ବାହାଘର ହୋଇପାରିବ ନାହିଁ । ଦୁଇ ପରିବାର ମଧ୍ୟରେ ସମାଲୋଚନା ହୋଇଥିଲା ଏବଂ ବାହାଘର ଭାଙ୍ଗି ଯାଇଥିଲା । ଏହାପରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରକାଶ ଝିଅର ଘରେ ପଶି ତାଙ୍କ ବାପା ମାଆଙ୍କୁ ଆକ୍ରମଣ କରିଥିଲା ଏବଂ ଝିଅକୁ ଘରୁ ଟାଣି ଆଣି ବାହାରେ ତାର ତଣ୍ଟି କାଟି ହତ୍ୟା କରିଥିଲା । ଅଭିଯୁକ୍ତ ଫେରାର ଥିବାବେଳେ , ପୋଲିସ ତଦନ୍ତ ଜାରି ରଖିଛି । କାଲି ଝିଅଟିର ୧୦ମ ପରୀକ୍ଷା ଫଳ ବାହାରିଥିଲା ଏବଂ ସେ ସେଥିରେ ପାସ ହୋଇଯାଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking