28.1 C
Bhubaneswar
Tuesday, May 21, 2024
Homeଓଡିଶାମାନସ ଦାସ ଘରେ ପୋଲିସ ରେଡ

ମାନସ ଦାସ ଘରେ ପୋଲିସ ରେଡ

ଭୁବନେଶ୍ୱର: ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ଘରେ ପୋଲିସ ରେଡ କରିଛି । ମାନସ ଦାସଙ୍କ ଭୁବନେଶ୍ୱର ଘରେ ଯାଂଚ କରୁଛି ଖୋର୍ଦ୍ଧା ପୋଲିସ । ଯାଂଚ ସଂପର୍କରେ ଖୋର୍ଦ୍ଧା ଏସଡିପିଓ ସୁଶିଲ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାନସ ଦାସଙ୍କ ମାନବବାଦ ସଂଗଠନ ସଂପର୍କରେ ଯାଂଚ କରୁଛୁ । ସଂଗଠନ ରେଜିଷ୍ଟ୍ରେସନ ହୋଇଛି କି ନାହିଁ ଯାଂଚ କରୁଛୁ । ଘରୁ କିଛି ଫଟୋ, ବ୍ୟାନର ମିଳିଥିବା ଖୋର୍ଦ୍ଧା ଏସଡିପିଓ କହିଛନ୍ତି । ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ । ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ଆଦି ଦଫାରେ ତାଙ୍କୁ ଗିରଫ କରାଯାଇଛି । ମାନଓ ଦାସଙ୍କ ପୁଅକୁ ମଧ୍ୟ ଖୋର୍ଦ୍ଧା ପୋଲିସ ଗିରଫ କରିଛି । ଅଗଷ୍ଟ ୩ରେ ସଙ୍ଗଠିତ ହୋଇଥିବା ଏକ ହତ୍ୟା ଘଟଣାର ପ୍ରଚ୍ଛଦ ପଟର ଚେହେରା ହେଉଛନ୍ତି ମାନସ ଦାସ । ହତ୍ୟା ମାମଲାରେ ଘଟଣା ଘଟିବାର ଦିନକ ଭିତରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲାର ପଛରେ ଥିବା ବ୍ୟକ୍ତିଙ୍କ ନିକଟରେ ପୋଲିସ ପହଞ୍ଚି ପାରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking