28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶପୂର୍ବତନ ସିଏମ ମେହବୁବା ମୁଫତି ଗିରଫ !

ପୂର୍ବତନ ସିଏମ ମେହବୁବା ମୁଫତି ଗିରଫ !

ନୂଆଦିଲ୍ଲୀ : ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ମଙ୍ଗଳବାର ଦିନ ସୟଦ ଅଲି ଶାହ ଗିଲାନୀଙ୍କୁ ‘ଅସମ୍ମାନ’ ଦେଖାଇ ପୋଲିସକୁ ସମାଲୋଚନା କରିବାର ଦିନକ ପରେ ତାଙ୍କୁ ଶ୍ରୀନଗରରେ ଗୃହରେ ରଖାଯାଇଛି ବୋଲି ଦାବି କରିଛନ୍ତି । ଶ୍ରୀନଗରରେ ତାଙ୍କୁ ଗୃହବନ୍ଦୀ କରାଯାଇଛି। ମୁଫତି ଏହା ମଧ୍ୟ କହିଛନ୍ତି ଯେ ସରକାର ଆଫଗାନ ନାଗରିକଙ୍କ ଅଧିକାରକୁ ନେଇ ଅନେକ ଚିନ୍ତିତ ଅଛନ୍ତି, କିନ୍ତୁ କାଶ୍ମୀରୀମାନଙ୍କ ଅଧିକାର ସେମାନଙ୍କୁ ଦେଉନାହାନ୍ତି। ଏକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୁଫତି ଏକ ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ପ୍ରଶାସନ ସେଠାକୁ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦିଆଯାଇଥିଲା। ତେବେ ମେହବୁବାଙ୍କ ଗୃହବନ୍ଦୀ ସମ୍ପର୍କରେ ସରକାରୀ ସ୍ତରରେ କିଛି କୁହାଯାଇନାହିଁ। ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କର ସେପ୍ଟେମ୍ବର ୧ ତାରିଖରେ ପରଲୋକ ଘଟିବା ପରେ ଜମ୍ମୁ କାଶ୍ମୀରରେ ଇଂଟରନେଟ, ମୋବାଇଲ ସେବାକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି। ସେପ୍ଟେମ୍ବର ୫ ତାରିଖରେ ମୁଫତି ଟ୍ୱିଟ୍‍ କରି କହିଥିଲେ, କାଶ୍ମୀରକୁ ସରକାର ଏକ ମୁକ୍ତାକାଶ ଜେଲରେ ପରିଣତ କରିବା ପରେ ସଂପ୍ରତି ମୃତକ ମଧ୍ୟ ସେଥିରୁ ବାଦ୍‍ ପଡୁନାହାନ୍ତି। ଏକ ପରିବାରକୁ ସେମାନଙ୍କର ଇଛାନୁଯାୟୀ ଶୋକ କରିବା ଏବଂ ଶେଷ ବିଦାୟ ଦେବାକୁ ଅନୁମତି ଦିଆଯାଉନାହିଁ। ଏହା ସରକାରଙ୍କ ନିଷ୍ଠୁର ଆଚରଣକୁ ପ୍ରତିଫଳିତ କରୁଛି। ଏହା ନୂଆ ଭାରତର ନୂଆ କାଶ୍ମୀର ବୋଲି ମୁଫତି କହିଛନ୍ତି। ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ ଇଂଟରନେଟ ସମେତ ବିଭିନ୍ନ ସ୍ଥାନରେ ଜାରି କରାଯାଇଥିବା ଅଧିକାଂଶ କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି। ଜମ୍ମୁ କାଶ୍ମୀରରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ସ୍ୱାଭାବିକ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking