30.1 C
Bhubaneswar
Friday, April 26, 2024
Homeଖେଳଆଇଏସ୍‌ଏଲ୍ - ୭ : ଗୋଆର ପ୍ରଥମ ପରାଜୟ

ଆଇଏସ୍‌ଏଲ୍ – ୭ : ଗୋଆର ପ୍ରଥମ ପରାଜୟ

ଗୋଆ : ଚଳିତ ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ରବିବାର ଦୁଇଟି ମ୍ୟାଚ୍ ଖେଲାଯାଇଥିଲା । ଏଥିରେ ପ୍ରଥମ ମ୍ୟାଚ୍‌ଟିର ଫଇସଲା ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ଡ୍ର’ ରହିଛି । ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୦-୨ରେ ତା’ର ପଞ୍ଚମ ବିଜୟ ହାସଲ କରିବା ସହ ପ୍ରତିପକ୍ଷ ହାଇଦ୍ରାବାଦକୁ ଏଫସିକୁ ପ୍ରଥମ ପରାଜୟ ଦେଇଛି । ଅଦ୍ୟାବଧି ହାଇଦ୍ରାବାଦ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟି ବିଜୟ ଓ ୪ଟି ଡ୍ର’ ସହ ୯ ପଏଣ୍ଟ୍ ପାଇ ଟେବଲରେ ଷଷ୍ଠ ସ୍ଥାନରେ ରହିଛି । ସେହିପରି ମୁମ୍ବାଇ ସମୁଦାୟ ୧୬ ପଏଣ୍ଟ୍ ସହ ଏକ ନମ୍ବର ସ୍ଥାନରେ ବେଶ୍ ମଜଭୁତ ରହିଛି । ତିଲକ ମୈଦାନଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ଉଭୟ ହାଫ୍‌ରେ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ ହୋଇଥିଲା । ପ୍ରଥମ ଗୋଲ୍‌ଟି ୩୮ତମ ମିନିଟ୍‌ରେ ବିଘ୍ନେଶ ଦକ୍ଷିଣମୂର୍ତ୍ତି ସ୍କୋର୍ କରିଥିଲେ ।

ସେହିପରି ଦ୍ୱିତୀୟାର୍ଦ୍ଧରେ ୫୯ତମ ମିନିଟ୍‌ରେ ଇଂଲିଶ୍ ଫୁଟବଲର୍ ଆଡାମ୍ ଲେ ଫୋଣ୍ଡ୍ରେ ସ୍କୋର୍ କରିବା ଫଳରେ ମୁମ୍ବାଇ ସିଟି ୨- ୦ ରେ ଆଗୁଆ ରହିଥିଲା । ଶେଷ ପର୍ଯ୍ୟନ୍ତ ଏହି ବ୍ୟବଧାନକୁ ବଜାୟ ରଖି ଦଳ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍‌ଟି ଜିଏମସି ଷ୍ଟାଡିୟମ୍‌ ବାମ୍ବୋଲିମ୍‌ଠାରେ ଖେଳାଯାଇଥିବା ବେଳେ ତାହା ୧-୧ରେ ଡ୍ର’ ରହିଛି । ଏହି ମ୍ୟାଚ୍‌ଟି ଡ୍ର’ ରହିବା ଫଳରେ ଉଭୟ କେରଳ ଓ ଇଷ୍ଟ୍ ବେଙ୍ଗଲ୍ ସେମାନଙ୍କ ପ୍ରଥମ ବିଜୟରୁ ଏବେ ବି ଦୂରରେ ରହିଛନ୍ତି । କେରଳ ତା’ର ତୃତୀୟ ଡ୍ର’ ସହ ୩ ପଏଣ୍ଟ୍ ପାଇ ଟେବଲ୍‌ରେ ନବମ ଏବଂ ଇଷ୍ଟ୍ ବେଙ୍ଗଲ୍ ୨ଟି ଡ୍ର’ ସ ୪ଟି ପରାଜୟ ସହ ୨ ପଏଣ୍ଟ୍ ପାଇ ଟେବଲ୍‌ରେ ଦଶମ ସ୍ଥାନରେ ରହିଛି । ଏହି ମ୍ୟାଚ୍‌ରେ ଇଷ୍ଟ୍ ବେଙ୍ଗଲ୍ ଅଳ୍ପକେ ପରାଜୟରୁ ବର୍ତ୍ତିଥିଲା । କାରଣ ପ୍ରତିପକ୍ଷ କେରଳ ଖେଳାଳି ବାକାରି କୋନେ ତ୍ରୟୋଦଶତମ ମିନିଟ୍‌ରେ ଆତ୍ମଘାତୀ ଗୋଲ୍ ଦେଇଥିଲେ । ପରେ ଅନ୍ତିମ ମିନିଟ୍‌ରେ ଅର୍ଥାତ୍ ଇନ୍‌ଜୁରୀ ଟାଇମ୍ (୯୦+୫)ରେ କେରଳ ପକ୍ଷରୁ ଜିକସନ୍ ସିଂ ଥାଉନୋଜାମ୍ ଗୋଲ୍ ଦେଇ ସ୍ଥିତିକୁ ବରାବର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking