29.1 C
Bhubaneswar
Saturday, April 27, 2024
Homeଓଡିଶାକ୍ଳବ ଦି ୟୁଥମାସର ପ୍ରତିଷ୍ଟା ଦିବସ ପାଳନ

କ୍ଳବ ଦି ୟୁଥମାସର ପ୍ରତିଷ୍ଟା ଦିବସ ପାଳନ

ଯାଜପୁର : ଆଜକୁ ଦୀର୍ଘ ୨୪ ବର୍ଷ ତଳେ ୧୯୯୭ ମସିହାରେ ଯେତେବଳେ ସମଗ୍ର ଯାଜପୁର ଜିଲ୍ଲାରେ ଅଳ୍ପ କିଛି ସ୍ଵେଚ୍ଛାସବୀ ଅନୁଷ୍ଠାନ କିଛି କିଛି ସେବା କରୁଥିଲେ । ସେତେବେଳେ ଯାଜପୁର ରୋଡର ୧୦ଜଣ କଲେଜ ପଢୁଆ ୧୮ବର୍ଷର ବୟସର ସାଙ୍ଗ ଏକାଠି ହୋଇ ସେବା କରିବାକୁ ମନ ବଳାଇଥିଲେ ।  କେତେେଳେ ରକ୍ତଦାନ, ବୃକ୍ଷ ରୋପଣ,ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ,ବସ୍ତି ପିଲାଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ,ଖାଦ୍ୟ ବଣ୍ଟନ,ବିଭିନ୍ନ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ରାସ୍ତାରୁ ଆଣି ମେଡିକାଲରେ ଚିକିତ୍ସା କରିବା,ମସ୍ତିଷ୍କ ବିକୃତ ଲୋକଙ୍କୁ  ଆଣି ଆଶ୍ରମରେ ଥଇଥାନ କରିବା,ଓ କିଛି ନିରାଶ୍ରୟ ଲୋକଙ୍କୁ ସାହାରା ଦେବା ରାସ୍ତାରେ କଡ଼ରେ ହୁଅନ୍ତୁ କି ମେଡିକାଲରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସବ ସତ୍କାର କରିବା, ବିଭିନ୍ନ ଗାଁରେ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜନ କରିବା ସେବାକାର୍ଯ୍ୟ ମଧ୍ୟ କରିଥିଲେ ସେତେେଳେ ସ୍ଥାନୀୟ କିଛି ବୁଦ୍ଧିଜୀବି ଏହି ସେବା କାର୍ଯ୍ୟକୁ ଦେଖି ଯୁବକମାନଙ୍କୁ ଉତ୍ସାହିତ କରିଥିଲେ କ୍ଲବର ସଦସ୍ୟମାନେ । ସେବାକାର୍ଯ୍ୟକୁ ନିଜର ବ୍ରତ ଭାବେ ପାଳନ କରି ସେଇ ଦିନଠାରୁ ସେବା କାର୍ଯ୍ୟ କରିଆସି ବ୍ୟାସନଗର ଠାରୁ ଆରମ୍ଭ କରି ସମଗ୍ର ଓଡ଼ିଶାରେ ଅଗ୍ରଣୀ ସ୍ଵେଚ୍ଛାସବୀ ଅନୁଷ୍ଠାନ ଭାବେ ପରିଗଣିତ ହୋଇଛି । ସେହି ଦିନ ଠାରୁ ସେବାକାର୍ଯ୍ୟ କରି ଥକିପଡ଼ିନାହି ସେବା କାର୍ଯ୍ୟ କରିଚାଲିଛନ୍ତି ଆଜି ଏହି କ୍ଲବ୍ ର ୨୪ ତମ ପ୍ରତିଷଠା ଦିବସ ପାଳନ କରାଯାଇଛି ।

ଆଜି ବ୍ୟାସନଗର  ସର୍ବପୁରାତନ ସ୍ଵେଚ୍ଛାସବୀ ଅନୁଷ୍ଠାନ ଆପଣମାନଙ୍କର ପ୍ରିୟ ” କ୍ଲବ୍ ଦି ୟୁଥମାସ୍ ” ର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ପ୍ରକାଶ କୁମାର ଜେନା ପ୍ରଥମେ କ୍ଲବ୍ ର ଉପଦେଷ୍ଟା ଉତ୍କଳ କୁମାର ଜେନାଙ୍କୁ କାର୍ଯ୍ୟକ୍ରମକୁ ପରିଚାଳନା କରିବାକୁ କହିଥିଲେ । ଏହାପରେ ପ୍ରଥମେ ଆଜିର କାର୍ଯ୍ୟକ୍ରମରେ ପ୍ରତିବର୍ଷ ପରି କିଛି ଯୁବ ପ୍ରତିଭାଙ୍କୁ ପ୍ରାଥମିକ ସଦସ୍ୟ ଭାବେ କ୍ଲବ୍ ରେ ଯୋଗଦେବା ପରେ ୨୦୧୯ ମସିହାରେ କ୍ଲବ୍ ଦ୍ଵାରା କରାଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରାଯାଇଥିଲା,ଓ ବାର୍ଷିକ ଆୟବେୟ ବିଶୟରେ ଆଲୋଚନା କରାଯାଇଥିଲା,ଓ
ଅଗାମୀ ୨୦୨୧ ବର୍ଷରେ ହେବାକୁ ଥିବା ନୂଆ କାର୍ଯ୍ୟଧାରା ପାଇଁ ମଧ୍ୟ ପ୍ରସ୍ତୁତି ବୈଠକ ରେ ଆଲୋଚନା କରାଯାଇଛି ଓ କିଛି ଅର୍ଥ ଅଟକଳ ମଧ୍ୟ କରାଯାଇଛି ଓ କ୍ଲବ୍ ର ସମ୍ପାଦକ ତଥା ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ ଶେଷରେ କ୍ଲବ୍ ର କାର୍ଯ୍ୟଧାରା ବିଷୟରେ ସଂକ୍ଷେପରେ ଆଲୋଚନା କରିବା ସହ କ୍ଲବ୍ ର ସକ୍ରିୟ ସଦସ୍ୟ ପଙ୍କଜ ସାହୁଙ୍କ ଜନ୍ମଦିନ ଆଜିର ଦିନରେ ପଡୁଥିବାରୁ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ରାଜେଶ୍ କୁମାର ରାଉତ,ପ୍ରକାଶ କୁମାର ରାଉତ,ଉତ୍କଳ କୁମାର ଜେନା, ଅମର ପତି ,ଅଜିତ୍ ପରିଡ଼ା, ସୁଶାନ୍ତ ରାଉତ,ସନ୍ତୋଷ ରାଉତ, ବିଜୟ ସାହୁ, ଧନଞ୍ଜୟ ବେହେରା, ବିଜୟ ବିଶ୍ଵାଳ,ଦିଲିପ୍ ସାହୁ, ଅସିତ୍ ଦାସ, ସୁଶିଲ ମନୋହର, ପୀତବାସ ପାତ୍ର,ରଘୁନାଥ ପାତ୍ର,ରଞ୍ଜନ ଡ୍ୟାନସର୍, ଅକ୍ଷୟ ମିଶ୍ର,ବାବୁ ପାତ୍ର,ମନୋଜ ପଲାଇ, ଚିନ୍ମୟ ଦାସ,ପଙ୍କଜ ସାହୁ,ପ୍ରଦୀପ ସାହୁ,ଭୀମସେନ ସ୍ୱାଇଁ,ଅମନ୍ ପତି, ଅର୍ମାନ ପତି। ଶେଷରେ “କ୍ଲବ୍ ଦି ୟୁଥ୍ ମାସ” ର ସମସ୍ତ ସଦସ୍ୟ ଏକତ୍ର ହୋଇ କେକ୍ କାଟି କ୍ଲବ୍ ର ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ କ୍ଲବ୍ ର ପୁରୁଣା ଓ ନୂଆ ସଦସ୍ୟ ମିଶି ୪୪ ଜଣ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking