32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଶରୀରରେ ରହିଛି କି ଜିଙ୍କ୍‌ର ଅଭାବ? ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏହି ସବୁ ଜିନିଷ

ଶରୀରରେ ରହିଛି କି ଜିଙ୍କ୍‌ର ଅଭାବ? ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏହି ସବୁ ଜିନିଷ

ନୂଆଦିଲ୍ଲୀ : ଉତ୍ତମ ଜୀବନଶୈଳୀ ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଜିର ପରିବର୍ତ୍ତନଶୀଳ ଯୁଗରେ ପୁଷ୍ଟିକର ଖାଦ୍ୟ ପାଇବା କଷ୍ଟକର । ପ୍ରତ୍ୟେକ ଜାଗାରେ ଖାଦ୍ୟ ସାମଗ୍ରୀରେ ଭେଜାଲ୍ ଦେଖିବାକୁ ମିଳୁଛି, ଯାହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଭାରତରେ ପ୍ରାୟ ୮୨ ନିୟୁତ ଲୋକ ଜିଙ୍କ୍‌ ଅଭାବରେ ପୀଡିତ। ଜିଙ୍କ୍‌ର ଅଭାବ ହେତୁ ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ହୋଇଥାଏ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଥାଏ । ଜିଙ୍କ୍‌ର ଅଭାବ ପିଲାମାନଙ୍କଠାରେ ମ୍ୟାଲେରିଆ, ନିମୋନିଆ ଏବଂ ଡାଇରିଆ ରୋଗ ମଧ୍ୟ ସୃଷ୍ଟି କରିଥାଏ । ତେଣୁ ଆମ ଶରୀରରେ ଜିଙ୍କ୍‌ ରହିବା ଅତ୍ୟନ୍ତ ଜରୁରୀ ।

WHO ରିପୋର୍ଟ ଅନୁଯାୟୀ, ୧୫ ବର୍ଷରୁ ଅଧିକ ପୁରୁଷମାନେ ପ୍ରତିଦିନ ୧୧ ମିଗ୍ରା ଜିଙ୍କ୍‌ ଖାଇବା ଉଚିତ୍ ଏବଂ ୧୫ ବର୍ଷରୁ ଅଧିକ ମହିଳାମାନେ ୮ ମିଗ୍ରା, ଗର୍ଭବତୀ ମହିଳାମାନେ ନିୟମିତ ୧୧ ମିଗ୍ରା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ପ୍ରତିଦିନ ୧୨ ମିଗ୍ରା ନେବା ଉଚିତ୍ । ଏଥି ସହିତ, ଜିଙ୍କ୍‌ ପିଲାମାନଙ୍କର ଶାରୀରିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଜିଙ୍କ୍‌ରେ ଭରପୁର ଖାଦ୍ୟ ବିଷୟରେ…

ଡାର୍କ ଚକୋଲେଟ୍ : ୧୦୦ ଗ୍ରାମ୍ ଡାର୍କ ଚକୋଲେଟ୍‌ରେ ୩୦% ଜିଙ୍କ୍‌ ଆରଡିଏ ଥାଏ । ତେଣୁ, ଶରୀରରେ ଜିଙ୍କ୍‌ ଅଭାବକୁ ପୂରଣ କରିବା ପାଇଁ ଆପଣ ଡାର୍କ ଚକୋଲେଟ୍ ମଧ୍ୟ ଖାଇପାରିବେ ।

ବାଜରା : ବାଜରା ଆମ ଶରୀରରେ ଜିଙ୍କ୍‌ ଅଭାବକୁ ପୂରଣ କରିଥାଏ ।  ବାଜରା ସୁପର ନ୍ୟୁଟ୍ରିଏଣ୍ଟସ୍ ଏବଂ ଜିଙ୍କରେ ଭରପୂର ରହିଥାଏ । ଏହା ସହିତ ଏଥିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଏବଂ ଫାଇବର ମଧ୍ୟ ମିଳିଥାଏ । ବାଜରା କେବଳ ଖାଦ୍ୟ ପାଇଁ ନୁହେଁ ବରଂ ଏହା ଆୟୁର୍ବେଦରେ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ ।

ନୀର : ପନୀର ଶରୀରରକୁ ପ୍ରଚୁର ପ୍ରୋଟିନ୍ ଯୋଗାଇଥାଏ । କ୍ଷୀର, ଦହି ଏବଂ ପନୀର ସମସ୍ତ ଦୁଗ୍ଧଜାତ ଦ୍ରବ୍ୟରେ ପ୍ରଚୁର ପରିମାଣରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ସହିତ ଜିଙ୍କ୍‌ ମଧ୍ୟ ମିଳିଥାଏ।

ମସରୁମ୍ : ମସରୁମ୍ ରେ କ୍ୟାଲୋରୀ ଏବଂ ପ୍ରଚୁର ପ୍ରୋଟିନ୍ ମିଳିଥାଏ । ଏହା ସହିତ ଜିଙ୍କ ଏଥିରେ ପର୍ଯ୍ୟାପ୍ତ ପରିମାଣରେ ରହିଥାଏ । ମସରୁମ୍ ମଧ୍ୟ ଭିଟାମିନ୍ D ର ଏକ ଉତ୍ତମ ଉତ୍ସ ଯାହା ହାଡ଼କୁ ମଜବୁତ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking