29.1 C
Bhubaneswar
Saturday, April 27, 2024
Homeଖେଳଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ନୂଆଦିଲ୍ଲୀ : ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆରମ୍ଭ ହେବାକୁ ଯାଉଥିବା ମ୍ୟାଚ ରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି । ତେବେ ପ୍ଲେ ଅପରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି । ପ୍ଲେ ଅପରେ ପହଞ୍ଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ ହେଉଥିବାରୁ ସେଥିଲାଗି ପଂଜାବକୁ ନିଜର ଅବଶିଷ୍ଟ ୨ଟି ମ୍ୟାଚ ଜିତିବାକୁ ପଡ଼ିବ । ଆଜିର ମ୍ୟାଚ୍‌ରେ ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରାହୁଲଙ୍କ ସହ ମନଦୀପ ସିଂହ ହିଁ ଓପନ କରିବେ। ତେବେ ରାଜସ୍ଥାନ ତା’ର ଚୂଡ଼ାନ୍ତ ଏକାଦଶରେ ବରୁଣ ଅରୁଣଙ୍କୁ ସାମିଲ କରିଛି। ଅଙ୍କିତ ରାଜପୁତଙ୍କ ବଦଳରେ ସେ ଦଳରେ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking