ସଚେତନ ନ ରହିଲେ ପୁଣି ବଢିବ ସଂକ୍ରମଣ

ଭୁବନେଶ୍ୱର : ଦୀର୍ଘ ଦିନ ପରେ ପୁଣି ଫେରିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚି । ଆଗକୁ ଶୀତଦିନ ଆସୁଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଶୀତ ଯୋଗୁ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଜ୍ବର, ଥଣ୍ଡା, ଦେହହାତ ବିନ୍ଧା ଆଦି ସାମାନ୍ୟତମ ଲକ୍ଷଣ ଦେଖାଦେଲେ ଅବହେଳା କରିବେ ନାହିଁ। ଲକ୍ଷଣ ଦେଖାଦେବା କ୍ଷଣି ତତ୍କାଣ କରୋନା ପରୀକ୍ଷା କରାଇ ନେବେ। ସାରା ରାଜ୍ୟରେ ମାଗଣାରେ କରୋନା ପରୀକ୍ଷା କରାଯାଉଛି। ତେଣୁ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସତର୍କ ରହିବା ଓ ସଚେତନ ହେବା, ଫଳରେ ଏହା ସଂକ୍ରମିତ କରିପାରିବ ନାହିଁ। ଅପରପକ୍ଷରେ ଏବେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ହେଉଛି ଖୋର୍ଦ୍ଧା। ଏହାର ମୁଖ୍ୟ କାରଣ ଭୁବନେଶ୍ୱର ସହର, ଯେଉଁଠାରେ ୧୧ ଲକ୍ଷ ବାସିନ୍ଦା ରହିଛନ୍ତି । ସଂକ୍ରମଣର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ବିଶେଷଜ୍ଞମାନେ ନଜର ରଖିଛନ୍ତି। ତେବେ ନିୟମିତ ହାତ ସାବୁନରେ ହାତଧୋଇବା, ସାନିଟାଇଜର ବ୍ୟବହାର, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ନିୟମ ମାନିଲେ ଆମେ କରୋନା ସଂକ୍ରମଣକୁ ପ୍ରତିହତ କରିପାରିବା ଗତ ମାର୍ଚ୍ଚମାସରୁ କୋଭିଡ୍ ଯୁଦ୍ଧ ଜାରି ରହିଥିବାବେଳେ ଏହାରି ମଧ୍ୟରେ ଖୁସି ଖବର ଆଣିଛି ସେରୋ ସର୍ଭେ। କାରଣ ନିକଟରେ ଭୁବନେଶ୍ୱର ବିଏମସି ଅଞ୍ଚଳରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ଅନୁମାନ କରାଯାଉଛି ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଗଲାଣି । ତେଣୁ କରୋନା ସଂକ୍ରମଣର ଗ୍ରାଫ୍ ଧିରେ ଧିରେ ତଳକୁ ଖସୁଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here