30.1 C
Bhubaneswar
Friday, April 26, 2024
HomeUncategorizedଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶଶଧର ପତି

ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶଶଧର ପତି

ଯାଜପୁର : ଆଜିର ଏହି ବିଶ୍ୱମହାମାରୀ ସ୍ଥିତିରେ ,ସାରା ବିଶ୍ୱରେ ଏବେ ଖ୍ୟାତିସମ୍ପନ୍ନ ଶିଳ୍ପୀ ମାନଙ୍କର ଅନଲାଇନ ଆର୍ଟ ପ୍ରଦର୍ଶନୀ ଚାଲୁଥିବାବେଳେ ନିକଟରେ ବାଂଲାଦେଶର ବିଶ୍ୱ ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଏମ.ସ. ସୁଲତାନଙ୍କ ୯୬ ତମ ଜନ୍ମ ଦିନ ପାଳନ ଅବସରରେ ,ବିଶ୍ଵବ୍ୟାପୀ ଶିଳ୍ପୀ ମାନଙ୍କ ମଧ୍ୟରେ ଏକ “ଅନଲାଇନ” ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଥିବାର ଦେଖିବାକୁ ମିଳିଛି। ଏହି ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଶଶଧର ପତି ଅଂଶ ଗ୍ରହଣ କରି ନିଜ ଚିତ୍ରକଳା କୃତିର ପାରଦର୍ଶିତା ମାଧ୍ୟମରେ ବିଚାରକ ମଣ୍ଡଳୀ ,ତଥା କଳା ଅନୁରାଗୀ ଦର୍ଶକମାନଙ୍କର ପ୍ରଶଂସାର ପାତ୍ର ହୋଇ ଓଡ଼ିଶାର କଳା କୌଶଳକୁ ବିଶ୍ୱସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ମାଧ୍ୟମରେରେ ସ୍ଥାନିତ କରିଥିବାରୁ ତାହା ଯାଜପୁର ଅଞ୍ଚଳରେ ଆନନ୍ଦର ଲହରୀ ଖେଳାଇବାରେ ଲାଗିଛି। ଶିଳ୍ପୀ ଶଶଧର ପତିଙ୍କ ଯାଜପୁର ଜିଲ୍ଲାର ଅହିୟାସ ମଲ୍ଲିକାପୁରଠାରେ ଜନ୍ମଲାଭ କରି ସମ୍ପ୍ରତି ବୁର୍ଲାସ୍ଥିତ ଡି ଏ ଭି ବିଦ୍ୟାଳୟର ଚିତ୍ରକଳା ଶିକ୍ଷକ ଭାବେ କାର୍ଯ୍ୟରତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking