33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରିୟା ଚକ୍ରବର୍ତ୍ତୀ ଗିରଫ

ରିୟା ଚକ୍ରବର୍ତ୍ତୀ ଗିରଫ

ମୁୁମ୍ବାଇ: ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ କରୁଥିବା ଏନସିବି ଦ୍ୱାରା ଗିରଫ ହୋଇଛନ୍ତି । ଡ୍ରଗ୍ସ କାରବାର ଲିଙ୍କରେ ରିଆଙ୍କୁ କରାଯାଇଛି । ଏନେଇ ଗତ ୩ ଦିନ ହେବ ରିଆଙ୍କୁ ଏନସିବି ପଚରାଉଚରା କରୁଥିଲା । ତେବେ ଆଜି ଜେରା ସମୟରେ ରିୟା ଡ୍ରଗ୍ସ ନିଅନ୍ତି ବୋଲି ସ୍ୱୀକାର ମଧ୍ୟ କରିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ଜେରା କରିବା ପରେ ରିୟାଙ୍କୁ ଏନସିବି ଗିରଫ କରିଥିବା ନେଇ ସୂଚନା ମିଳିଛି । ଡ୍ରଗ୍ସ ଲିଙ୍କ ମାମଲାରେ ସେ ଗିରଫ ହୋଇଛନ୍ତି । କିଛି ସମୟ ପରେ ତାଙ୍କର ମେଡିକାଲ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଙ୍କୁ ଗିରଫ କରାଯାଇଥିଲା । ସୌଭିକଙ୍କ ସମେତ ମୋଟ ୯ ଜଣଙ୍କୁ ଏନସିବି ଗିରଫ କରିସାରିଛି ।

ଅନ୍ୟପଟେ ରିୟାଙ୍କୁ ଗିରଫ ପରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଟ୍ୱିଟ କରିଛନ୍ତି । ଆମ ସହ ଭଗବାନ ଅଛନ୍ତି ବୋଲି ଟ୍ୱିଟ କରିଛନ୍ତି ଶ୍ୱେତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking