33.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଭାରତୀୟ ସେନାକୁ ମିଳିଲା ମଲ୍ଟି-ମୋଡ୍ ହ୍ୟାଣ୍ଡ ଗ୍ରେନେଡ

ଭାରତୀୟ ସେନାକୁ ମିଳିଲା ମଲ୍ଟି-ମୋଡ୍ ହ୍ୟାଣ୍ଡ ଗ୍ରେନେଡ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଡିଆରଡିଓର ଟର୍ମିନାଲ୍ ବାଲିଷ୍ଟିକ୍ ରିସର୍ଚ୍ଚ ଲାବୋରେଟୋରୀ ସାହାଯ୍ୟରେ ଇକୋନୋମିକ୍ ଏକ୍ସପ୍ଲସିଭ ଲିମିଟେଡ୍ ଦ୍ୱାରା ନିର୍ମିତ ପ୍ରଥମ ମଲ୍ଟି-ମୋଡ୍ ହ୍ୟାଣ୍ଡ ଗ୍ରେନେଡକୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ସରକାରୀ ଏବଂ ବେସରକାରୀ କ୍ଷେତ୍ର ସହଭାଗୀତାର ଏକ ଉତ୍ତମ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ୨୦୨୧ ରେ ଏହି ମଲ୍ଟି ମୋଡ୍ ହ୍ୟାଣ୍ଡ ଗ୍ରେନେଡ ଉତ୍ପାଦନକୁ ସରକାର ଅନୁମୋଦନ କରିଥିଲେ ଏବଂ ମାତ୍ର ୫ ମାସ ମଧ୍ୟରେ ୧ ଲକ୍ଷ ଗ୍ରେନେଡ ଉତ୍ପାଦନ କରାଯାଇଛି । ଗ୍ରେନେଡର ବୈଶିଷ୍ଟ୍ୟଗୁଡିକ ବିଷୟରେ ଉଲ୍ଲେଖ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଗ୍ରେନେଡ କେବଳ ସାଂଘାତିକ ନୁହେଁ ବରଂ ବ୍ୟବହାର ପାଇଁ ଅଧିକ ସୁରକ୍ଷିତ ଏବଂ ଅଧିକ ଭରସାଯୋଗ୍ୟ । ସେ କହିଛନ୍ତି ଯେ ଏହି ଗ୍ରେନେଡର ସଠିକତା ୯୯ ପ୍ରତିଶତରୁ ଅଧିକ ରହିଥିବାବେଳେ ଏପର୍ଯ୍ୟନ୍ତ ଭାରତ ବିଶ୍ୱରେ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ଭାବରେ ମାନ୍ୟତା ପାଇଛି, କିନ୍ତୁ ଖୁବ୍ ଶୀଘ୍ର ଭାରତ ରପ୍ତାନିକାରୀ ଦେଶ ଭାବରେ ମାନ୍ୟତା ପାଇବ । ସେ ସୂଚନା ଦେଇଛନ୍ତି ଯେ, “ପ୍ରଥମ ଥର ପାଇଁ ଏକ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିରକ୍ଷା ଉତ୍ପାଦନ ଏବଂ ରପ୍ତାନି ପ୍ରୋତ୍ସାହନ ନୀତି ୨୦୨୦ର ନୀତି ପ୍ରକାଶ କରିଛି । ୨୦୨୫ ସୁଦ୍ଧା ଏହି ନୀତି ଦ୍ୱାରା ବାର୍ଷିକ କାରବାର ପରିମାଣ ପ୍ରାୟ ୧,୭୫,୦୦୦ କୋଟି ଟଙ୍କା ହାସଲ କରିହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking