24.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଭାରତ ଉପରେ ଆତଙ୍କୀ ଆକ୍ରମଣ ସମ୍ଭାବନା

ଭାରତ ଉପରେ ଆତଙ୍କୀ ଆକ୍ରମଣ ସମ୍ଭାବନା

ନୂଆଦିଲ୍ଲୀ : ଆଫଗାନିସ୍ଥାନ ଉପରେ ତାଲିବାନର ନିୟନ୍ତ୍ରଣ ପରଠୁ ହିଁ ପାକିସ୍ତାନୀ ‘ଆଇଏସ୍‌ଆଇ’ ଓ ଏହାର ସମର୍ଥକ ଆତଙ୍କୀ ସଂଗଠନ ଦ୍ୱାରା ଅନେକ ଖବର ସାମ୍ନାକୁ ଆସୁଛି । ଦେଶର ପ୍ରମୁଖ ଗୁପ୍ତଚର ସଂସ୍ଥା ଅନୁଯାୟୀ, ଆତଙ୍କବାଦୀମାନେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଏକ ବଡ ଷଡ଼ଯନ୍ତ୍ର କରୁଛି । ଏହି ଷଡ଼ଯନ୍ତ୍ରରେ ପାକିସ୍ଥାନ ସହ ଆଫଗାନିସ୍ଥାନର ଆତଙ୍କୀ ସଂଗଠନ ସାମିଲ ଅଛନ୍ତି । ଏହାର ମୁକାବିଲା କରିବାର ଭାର ଆଇଏସ୍‌ଆଇକୁ ଦିଆଯାଇଛି । ଆତଙ୍କୀ ଦ୍ୱାରା କରାଯାଇଥିବା ଏହି ଷଡଯନ୍ତ୍ରକୁ ‘ସୁସାଇଡଲ ମିସନ’ କୁହାଯାଉଛି । ଆତଙ୍କୀ ଯୋଜନା ମୁତାବକ, ଆଇଏସ୍ ଖୁରାସାନ୍ ଆଇଏସ୍‌କେପିର ପ୍ରଶିକ୍ଷିତ ଆତଙ୍କବାଦୀମାନଙ୍କୁ ଭାରତ ପଠାଯିବ । ସେମାନେ ୪ ଦିଗରୁ ଆକ୍ରମଣ କରିବେ । ସେହି ଆକ୍ରମଣକାରୀମାନଙ୍କୁ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ, ଭେହିକଲ୍ ବର୍ଣ୍ଣ ଇମ୍ପ୍ରୋଭାଇସଡ୍ ଏକ୍ସପ୍ଲୋସିଭ୍ ଡିଭାଇସ, ସୁଇସାଇଡଲ ଆଟାକ୍ ଏବଂ ଟାର୍ଗେଟ୍ ଫିଲିଂ ଟ୍ରେନିଂ ଦିଆଯାଇଛି । ଭାରତରେ ପୂର୍ବରୁ ଥିବା ଆତଙ୍କୀ ସଂଗଠନମାନେ ଏହି ଆତଙ୍କବାଦୀମାନଙ୍କୁ ରାଇଫଲ ଓ ଛୋଟମୋଟ ମାରଣାସ୍ତ୍ର ସବୁ ଯୋଗାଇଦେବେ । ଭାରତରେ ଥିବା ମନ୍ଦିର, ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାରତର ଅନେକ ସ୍ଥାନରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା କରାଯାଇଛି । ପାକିସ୍ଥାନ ଓ ଆଫଗାନିସ୍ଥାନ ପାଖାପାଖି ଇଲାକାକୁ ସୁରକ୍ଷା ଦେବା ପାଇଁ ଆଇଏସ୍‌କୁ କୁହାଯାଇଛି । ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି ସ୍ଥାନଗୁଡିକ ବିଭିନ୍ନ ପ୍ରକାରର ଆକ୍ରମଣର କାରଣ ପାଇଁ ସହଜ ହେବ । ଆଇବି କହିବା ଅନୁସାରେ, ଆଏସ୍ ଗୁର୍ଗ ଦେଶରେ ଅବସ୍ଥିତ । ଏହି ଆକ୍ରମଣ ନେଇ ଯଥେଷ୍ଠ ଆର୍ଥ ଓ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି । ଦେଶର ଅନେକ ସ୍ଥାନରେ ଆକ୍ରମଣ କରିବାର ଯୋଜନା କରାଯାଇଛି । କିଛି ଆତଙ୍କବାଦୀ ଏପରି ଅଛନ୍ତି ଯେ ଯେଉଁମାନଙ୍କୁ ବ୍ୟବହାର କରି ଆକ୍ରମଣ କରିବାର ଟ୍ରେନିଂ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking