30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶପୁଣି ଥରେ ବିଦେଶ ମାଟିରେ ଭାରତର ନାଁ ଉଚ୍ଚ କଲେ ଜଣେ ଭାରତୀୟ ବଂଶୋଦ୍ଭବ

ପୁଣି ଥରେ ବିଦେଶ ମାଟିରେ ଭାରତର ନାଁ ଉଚ୍ଚ କଲେ ଜଣେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ : ପୁଣି ଥରେ ବିଦେଶ ମାଟିରେ ଭାରତର ନାଁ ଉଚ୍ଚ କଲେ ଜଣେ ଭାରତୀୟ ବଂଶୋଦ୍ଭବ । ଭାରତୀୟ ବଂଶୋଦ୍ଭବ ମହିଳା ଶେଫାଳି ରାଜଦାନ ନେଦରଲ୍ୟାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ଶେଫାଳି ରାଜଦାନଙ୍କୁ ନେଦରଲ୍ୟାଣ୍ଡ ରାଷ୍ଟ୍ରଦୂତ ଭାବେ ମନୋନୀତ କରିଛନ୍ତି । ଏନେଇ ହ୍ୱାଇଟ ହାଉସରୁ ବିଧିବଦ୍ଧ ବିଜ୍ଞାପତି ପ୍ରକାଶ ପାଇଛି । ଶେଫାଳି ହେଉଛନ୍ତି ଜାମ୍ମୁ କାଶ୍ମୀରର ମୂଳ ବାସିନ୍ଦା । ତାଙ୍କୁ ଏବେ ୫୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଦୀର୍ଘ ବର୍ଷ ହେବ ସେ ଆମେରିକାରେ ବାସ କରିଆସୁଛନ୍ତି । ନ୍ୟୁୟର୍କରେ, ଚିକାଗୋ, ବୋଷ୍ଟନରେ ସହରରୁ ଶିକ୍ଷା ପ୍ରାପ୍ତ କରିଛନ୍ତି । ସେ ବହୁବାର ବିଭିନ୍ନ ନାଗରିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଅନେକ ବର୍ଷ ହେବ ସେ ମହିଳାଙ୍କ ଅଧିକାର ସମେତ ମାନବାଧିକାର ସୁରକ୍ଷା ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି । ସେ ବର୍ତ୍ତମାନ ଆମେରିକାର ହୋଲୋକାଷ୍ଟ ମେମୋରିଆଲ ମ୍ୟୁଜିୟମ କାଉନସିଲରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ପାଶ୍ଚାତ୍ୟ ଜୋନାଲ କାଉନସିଲର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହାବାଦ ସେ ସାନ ଫ୍ରାନ୍ସିସ୍କୋ କମିଟିର ହ୍ୟୁମାନ୍ ରାଇଟ୍ସର ସଦସ୍ୟ ଥିବା ସହ ୱାକ ଫରେଷ୍ଟ ୟୁନିଭରସିଟି ଲିଡରସିପ୍ ଏବଂ କ୍ୟାରେକ୍ଟର କାଉନସିଲର ମଧ୍ୟ କାର୍ଯ୍ୟକର୍ତ୍ତା ଅଛନ୍ତି । ସୁଚନା ଦେବା ଉଚିତ ହେବକି ବାଇଡେନ କ୍ଷମତାକୁ ଆସିବା ପୂର୍ବରୁ ଶେଫାଳୀ ୨୦୦୮ ମସିହାରେ ବାରାକ ଓବାମାଙ୍କ ଦ୍ୱାରା ହୋଇଥିବା ରାଷ୍ଟ୍ରପତି ଅଭିଯାନରେ ସକ୍ରିୟ ଥିଲେ । ଏହାବାଦ ସେ ହିଲାରୀ କ୍ଲିଣ୍ଟନଙ୍କ ରାଷ୍ଟ୍ରପତି ଅଭିଯାନରେ ମଧ୍ୟ ଜଡିତ ଥିଲେ । ଯେଉଁଠାରେ ସେ ହିଲାରୀଙ୍କ ଅଭିଯାନର ଉତ୍ତର କାଲିଫର୍ନିଆ ପରିଚାଳନା କମିଟି ଏବଂ ହିଲାରୀ କମିଟିର ମଧ୍ୟ ମହିଳା ସଦସ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking