27.1 C
Bhubaneswar
Thursday, April 25, 2024
Homeଓଡିଶାନିର୍ଦ୍ୱନ୍ଦରେ ବିଜେଡ଼ି ହାତେଇଲା ରାଇଘର ବ୍ଲକ ଅଧ୍ୟକ୍ଷ ପଦ

ନିର୍ଦ୍ୱନ୍ଦରେ ବିଜେଡ଼ି ହାତେଇଲା ରାଇଘର ବ୍ଲକ ଅଧ୍ୟକ୍ଷ ପଦ

ନବରଙ୍ଗପୁର: ନିର୍ଦ୍ୱନ୍ଦରେ ବିଜେଡ଼ି ହାତେଇଲା ରାଇଘର ବ୍ଲକ ଅଧ୍ୟକ୍ଷ ପଦବୀ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକରେ ଆଜି ଅନୁଷ୍ଠିତ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀନୀ ବିଜୟୀ ହୋଇଥିବା ଜଣାପଡିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ସମର୍ôଥତ ସମିତି ସଭ୍ୟ/ସଭ୍ୟା ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ଥିଲେ । ଏହା ପରଠାରୁ ସମସ୍ତ ସମିତି ସଭ୍ୟ /ସଭ୍ୟା ଅଜ୍ଞାତବାସରେ ରହି ଥିଲେ । ଆଜି ସକାଳୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ପ୍ରବଳ ଜନ ସମାଗମ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ବିଜୁ ଜନତା ଦଳ ପକ୍ଷରୁ ନବିନା ନାୟକ ମନୋନୟନ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ମନୋନୟନ ପତ୍ର ଦାଖଲ କରି ନ ଥିବାରୁ ଏକମାତ୍ର ପ୍ରାର୍ଥୀନୀ ଭାବେ ନବିନା ନାୟକ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । କୋରମ ଯୋଗେ ୧୮ ଜଣ ସମିତି ସଭ୍ୟ /ସଭ୍ୟା ତାଙ୍କୁ ସମର୍ଥନ ଜଣାଇଛନ୍ତି ।
ତେବେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ନବିନା ରାଇଘର ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଏହି ଅବସରରେ ନବୀନାଙ୍କ ସ୍ୱାମୀ ତଥା ପୂର୍ବତନ ଉମରକୋଟ ବିଧାୟକ ସୁବାଷ ଗଣ୍ଡ, ୩ ନୋ ଜିଲ୍ଲା ପରିଷଦ ସଭ୍ୟ ଲିପିକା ବରୋଇ , ୪ ନୋ ଜୋନ ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ହରିଜନଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏଥିରେ ବ୍ଲକ୍ କର୍ମଚାରୀ ସହଯୋଗ କରିଥିବାବେଳେ ଶାନ୍ତିଶୃଂଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking