36.1 C
Bhubaneswar
Saturday, May 18, 2024
Homeଓଡିଶାପୋଲିସ କବ୍‌ଜାରେ ଚିଲିକା ବିଧାୟକ, ବାଣପୁର ଏନ୍‌ଏସି ଅଞ୍ଚଳରେ ୧୪୪ ଲାଗୁ

ପୋଲିସ କବ୍‌ଜାରେ ଚିଲିକା ବିଧାୟକ, ବାଣପୁର ଏନ୍‌ଏସି ଅଞ୍ଚଳରେ ୧୪୪ ଲାଗୁ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଅଟକ ରଖିଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହି ସୂଚନା ଦେଇଛନ୍ତି । ସୁସ୍ଥ ହେବା ପରେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଗିରଫ କରାଯିବ । ଏହା ପୂର୍ବରୁ ବାଣପୁରରେ ଏନ୍‌ଏସିରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଖୋର୍ଦ୍ଧା ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ବାଣପୁର ଏନ୍‌ଏସିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ ରହିବ ବୋଲି ସେ କହିିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପଟରେ ବିଧାୟକ ଗାଡ଼ି ଚଢ଼ାଇବା ଘଟଣା ପରେ ଉତ୍ତେଜନା ଲାଗି ରହିଛି । ସୂଚନାଯୋଗ୍ୟ, ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି କିଛି ବିଜେପି କର୍ମୀ ଓ ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ିଯାଇଥିଲା । ଏଥିରେ ୭ ଜଣ ପୋଲିସ ଓ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦ କରାଯାଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏ ନେଇ ହୋଇଥିବା ଅଭିଯୋଗ ଅନୁସାରେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ଚଢ଼ାଇବା ଫଳରେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାର ପ୍ରତିବାଦରେ ଲୋକେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ କରିଥିଲେ । ବିଧାୟକ ଲହୁଲୁହାଣ ହୋଇ ପ୍ରଥମେ ବାଣପୁର ଓ ପରେ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking