32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତରେ ବନ୍ଦ ହେବ ଫେସବୁକ ଓ ଟ୍ୱିଟର ଭଳି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ

ଭାରତରେ ବନ୍ଦ ହେବ ଫେସବୁକ ଓ ଟ୍ୱିଟର ଭଳି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ

ନୂଆଦିଲ୍ଲୀ: ଆଜିର ଦିନରେ ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଭଳି ତମାମ ସୋସିଆଲ ସାଇଟ ଭାରତର କୋଟି କୋଟି ଲୋକଙ୍କ ଜୀବନର ଏକ ମୁଖ୍ୟ ଅଂଶ ବନିଯାଇଛି । ହେଲେ ମଙ୍ଗଳବାରରୁ ସମସ୍ତ ସୋସିଆଲ ମିଡିଆ ସାଇଟ୍ସ ବନ୍ଦ ହୋଇଯିବ । ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତାହେଲେ ଏମିତି ଚର୍ଚ୍ଚା କଣ ପାଇଁ ହେଉଛି ।
ଦେଶରେ ଅନେକ ବର୍ଗ ଆରୋପ ଲଗାଇଛନ୍ତି ଯେ, ସୋସିଆଲ ମିଡିଆ ନିରଙ୍କୁଶ ହେଉଛି । ଏହାପରେ ସରକାର ସୋସିଆଲ ମିଡିଆ କମ୍ପାନୀଙ୍କୁ ଅଭିଯୋଗ ଓ ତଦାରଖ ପାଇଁ ଭାରତରେ ଅଫିସରଙ୍କୁ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଭାରତୀୟ ସୋସିଆଲ ମିଡିଆ କମ୍ପାନୀ କ୍ରୁଙ୍କୁ ଛାଡି ଅନ୍ୟ କୌଣସି ସୋସିଆଲ ମିଡିଆ କମ୍ପାନୀ ଏହି ନିର୍ଦ୍ଦେଶର ପାଳନ କରିନାହାନ୍ତି । ସରକାର ଙ୍କ ତରଫରୁ ୨୫ ଫେବୃୟାରୀ ୨୦୨୧ରେ ଦିଆଯାଇଥିବା ନିର୍ଦ୍ଦେଶ ର ଡେଡଲାଇନ ଆଜି ସମାପ୍ତ ହେଉଛି । ଏହାପରେ ଆଶଙ୍କା କରାଯାଉଛି ଯେ, ସରକାର ଏହିସବୁ ସୋସିଆଲ ମିଡିଆ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ଟ୍ୱିଟର ଓ ଫେସବୁକ ଭଳି କମ୍ପାନୀଙ୍କୁ ସରକାର ଗାଇଡଲାଇନ ବନାଇବା ପାଇଁ ୩ ମାସର ସମୟ ଦେଇଥିଲେ । ଯାହା ଆଜି ସମାପ୍ତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking