31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଇଣ୍ଡିଆ ଟିଭି- ସିଏନ୍‌ଏକ୍ସର ଜନମତ ସର୍ଭେ; ପୁଣି ଏନଡିଏ କ୍ଷମତାକୁ ଫେରିବ

ଇଣ୍ଡିଆ ଟିଭି- ସିଏନ୍‌ଏକ୍ସର ଜନମତ ସର୍ଭେ; ପୁଣି ଏନଡିଏ କ୍ଷମତାକୁ ଫେରିବ

ନୂଆଦିଲ୍ଲୀ: ଇଣ୍ଡିଆ ଟିଭି- ସିଏନ୍‌ଏକ୍ସ ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେ ଫଳାଫଳ ସାମ୍ନାକୁ ଆସିଛି । ଏଥିରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣିଥରେ ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାକୁ ଫେରିବ ବୋଲି ଦର୍ଶାଉଥିବା ଦେଖିବାକୁ ମିଳିଛି । ସର୍ଭେ ରିପୋର୍ଟ ଅନୁସାରେ ଏନ୍‌ଡିଏ ୩୯୩ ଆସନରେ ବିଜୟ ଲାଭ କରିବ ।
ସର୍ଭେରେ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିକୁ ସର୍ବାଧିକ ଭଲ ଫଳାଫଳ ମିଳିବ ବୋଲି ଆକଳନ କରାଯାଇଛି । ଉତ୍ତରପ୍ରଦେଶରେ ବିଜେପି ମୋଟ୍ ୮୦ ଲୋକସଭା ଆସନ ମଧ୍ୟରୁ ୭୨ଟି ଆସନ ଜିତିବ । ଏହାଛଡ଼ା ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଭାବେ ଆରଏଲଡି ଏବଂ ଅପନା ଦଳ ପ୍ରତ୍ୟେକ ଦୁଇଟି ଲେଖାଏ ଆସନରେ ବିଜୟୀ ହୋଇପାରନ୍ତି । ଅବଶିଷ୍ଟ ଚାରିଟି ଆସନେର ସମାଜବାଦୀ ପାର୍ଟି ବିଜୟୀ ହୋଇପାରେ । କିନ୍ତୁ ଉଭୟ କଂଗ୍ରେସ ଏବଂ ବିଏସ୍‌ପି ଉତ୍ତରପ୍ରଦେଶରେ ଗୋଟିଏ ବି ଆସନ ପାଇବାର ସମ୍ଭାବନା ନଥିବା ସର୍ଭେ ରିପୋର୍ଟରେ ଦେଖିବାକୁ ମିଳିଛି । ସେହିପରି ମହାରାଷ୍ଟ୍ରରେ ମୋଟ୍ ୪୮ଟି ଲୋକସଭା ଆସନ ମଧ୍ୟରୁ ବିଜେପି ଏକାକୀ ୨୯ଟି ଆସନରେ ବିଜୟୀ ହୋଇପାରେ । ଏଣେ ସହଯୋଗୀ ଶିବସେନା (ଶିନ୍ଦେ ଗୋଷ୍ଠୀ) ୭ଟି ଓ ଏନ୍‌ସିପି (ଅଜିତ ପାୱାର) ୨ଟି ଆସନରେ ବିଜୟୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏତଦ୍‌ବ୍ୟତୀତ ବିଜେପି ଦିଲ୍ଲୀରେ ସମସ୍ତ ୭ଟି ଯାକ ଲୋକସଭା ଆସନ ସହ ଗୁଜରାଟରେ ସମସ୍ତ ୨୬ଟି ଯାକ ଲୋକସଭା ଆସନ, ରାଜସ୍ଥାନରେ ସମସ୍ତ ୨୫ଟି ଲୋକସଭା ଆସନ, ଛତିଶଗଡ଼ର ସମସ୍ତ ୧୧ଟି ଯାକ ଲୋକସଭା ଆସନରେବିଜୟ ଲାଭ କରିବ ବୋଲି ସର୍ଭେରେ ପୂର୍ବାନୁମାନ କରାଯାଇଛି । ମଧ୍ୟପ୍ରଦେଶରେ ୨୮ଟି ଆସନରେ ବିଜୟୀ ହେବା ନେଇ ଏହି ସର୍ଭେରେ କୁହାଯାଇଛି । ତେଣେ ବିହାରରେ ବି ଏନଡିଏ ନିଜର ଯାଦୁ ଦେଖାଇବ । ଏଠାରେ ମୋଟ ୪୦ ଲୋକସଭା ଆସନରୁ ବିଜେପି ୧୭, ଜେଡିୟୁ ୧୨, ଏଲଜେପି ୩ ଓ ହାମ୍ ଗୋଟିଏ ଆସନରେ ବିଜୟୀ ହୋଇପାରେ । ପଶ୍ଚିମବଙ୍ଗରେ ବିଜେପି ୨୩ଟି ଆସନରେ ବିଜୟୀ ହେବ । ସବୁଠାରୁ ବଡ଼ କଥା ହେଲା ଯେ ଏଥର ବିଜେପି ଦକ୍ଷିଣ ଭାରତୀୟ ରାଜ୍ୟରେ ପୂର୍ବାପେକ୍ଷା ଅଧିକ ଆସନ ପାଇବ । ଦଳ ଆନ୍ଧ୍ର ପ୍ରଦେଶରେ ୩, ତେଲେଙ୍ଗାନାରେ ୧୦ଟି ଓ କର୍ଣ୍ଣାଟକରେ ୨୧ଟି ଆସନ ପାଇପାରେ ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking