30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶବିଜେପିର ୧୨ତମ ତାଲିକା ଜାରି; ୪ ରାଜ୍ୟ ପାଇଁ ୭ଜଣିଆ ପ୍ରାର୍ଥୀ ତାଲିକା

ବିଜେପିର ୧୨ତମ ତାଲିକା ଜାରି; ୪ ରାଜ୍ୟ ପାଇଁ ୭ଜଣିଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ପକ୍ଷରୁ ୧୨ତମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ୭ଟି ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିଜେପି ପଞ୍ଜାବ ପାଇଁ ସର୍ବାଧିକ ୩ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଛତ୍ରପତି ଉଦୟନରାଜେ ଭୋସଲେଙ୍କୁ ବିଜେପି ମହାରାଷ୍ଟ୍ରର ସତାରା ଆସନରୁ ଟିକେଟ ଦେଇଛି । ପ୍ରକାଶ, ଛତ୍ରପତି ଶିବାଜୀ ମହାରାଜଙ୍କ ୧୩ତମ ପୀଢ଼ି ଭାବେ ପ୍ରତିନିଧିତ୍ୱ କରୁଛନ୍ତି । ଉଦୟନରାଜେ ଭୋସଲେ ଦୀର୍ଘ ଦିନ ଧରି ଏହି ଅଞ୍ଚଳର ରାଜନୀତିରେ ସକ୍ରିୟ ଥିଲେ । ସେ ବର୍ତ୍ତମାନ ଜଣେ ରାଜ୍ୟ ସଭା ସଦସ୍ୟ ମଧ୍ୟ ଅଛନ୍ତି । କେବଳ ମହାରାଷ୍ଟ୍ରର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥି ସହିତ ଅଭିଜିତ ଦାସଙ୍କୁ ପଶ୍ଚିମବଙ୍ଗର ଡାଇମଣ୍ଡ ହାରର୍ବର ଆସନରୁ ବିଜେପି ଟିକେଟ ଦେଇଛି । ସେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ମୁହାଁମୁହିଁ ହେବେ । ବିଜେପି ପକ୍ଷରୁ ଏସମ୍ପର୍କରେ ଆଜି ସୂଚନା ଦିଆଯାଇ କୁହାଯାଇଛି ଯେ ଆଗାମୀ ଦିନରେ ବାକି ଆସନଗୁଡ଼ିକରେ ମଧ୍ୟ ପ୍ରାର୍ଥୀ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking