33.1 C
Bhubaneswar
Tuesday, May 21, 2024
Homeବଲିଉଡଖୋଲିଲା ସୋନୁ ସୁଦ୍‌ଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ; ଏକସମୟରେ ଆସିଲା ୯ ହଜାର ମେସେଜ

ଖୋଲିଲା ସୋନୁ ସୁଦ୍‌ଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ; ଏକସମୟରେ ଆସିଲା ୯ ହଜାର ମେସେଜ

ମୁମ୍ବାଇ : ଅଭିନେତା, ପ୍ରଯୋଜକ ତଥା ମଡେଲ ସୋନୁ ସୁଦଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ୬୧ ଘଣ୍ଟା ପରେ ସକ୍ରିୟ ହୋଇଛି । ତେବେ ସୂଚନା ଅନୁଯାୟୀ, ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ଅଚାନକ ବ୍ଲକ ହୋଇଯାଇଥିଲା। ଏହି ଆକାଉଣ୍ଟ ୨ ଦିନରୁ ଅଧିକ ସମୟ ଧରି ବନ୍ଦ ରହିଥିଲା। ସୋନୁ ସୁଦ୍‌ ଗତ ୨୮ ତାରିଖରେ ଏକ୍ସ ପ୍ଲାଟଫର୍ମ (ପୂର୍ବରୁ ଟ୍ବିଟର)ରେ ଏକ ପୋଷ୍ଟ କରି ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ ୬୧ ଘଣ୍ଟା ପରେ ପୁନର୍ବାର ଚାଲୁ ହୋଇଥିବା ସୂଚନା ଦେଇଥିଲେ। ଆକାଉଣ୍ଟ ଖୋଲିବା ମାତ୍ରେ ତାଙ୍କ ନିକଟକୁ ୯୪୮୩ ମେସେଜ ଆସିଥିଲା। ସେ ଆହୁରି କହିଥିଲେ ଯେ, ହ୍ବାଟ୍ସଆପ ଆକାଉଣ୍ଟ ବନ୍ଦ ହେବା ଯୋଗୁ ସହାୟତା ଖୋଜୁଥିବା ଅନେକ ଲୋକଙ୍କୁ ସେ ସହାୟତା ଯୋଗାଇପାରି ନାହାନ୍ତି। ସୋନୁ ସୁଦ୍‌ ପ୍ରାୟତଃ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହାୟତା କରୁଥିବା ନଜର ଆସନ୍ତି। ସେ କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା କରିଥିଲେ। ତେବେ କହିରଖୁଛୁ ଯେ,ସୋନୁ ସୁଦଙ୍କୁ ‘ଫତେହ’ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ନିକଟରେ ନିର୍ମାତାମାନେ ଫିଲ୍ମର ଟିଜରକୁ ଉନ୍ମୋଚନ କରିଥିଲେ। ‘ଫତେହ’ ଚଳିତ ବର୍ଷ ପରଦାରେ ଆସିବାକୁ ଯାଉଛି। ଫତେହଙ୍କ ସହ ସୋନୁ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking