29.1 C
Bhubaneswar
Wednesday, May 1, 2024
Homeଖେଳଆଇପିଏଲ୍ ମଝିରୁ ବ୍ରେକ୍ ନେଲେ ମାକ୍ସୱେଲ୍‌

ଆଇପିଏଲ୍ ମଝିରୁ ବ୍ରେକ୍ ନେଲେ ମାକ୍ସୱେଲ୍‌

ବେଙ୍ଗାଲୁରୁ: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବ୍ୟାଟର୍ ଗ୍ଲେନ୍ ମାକ୍ସୱେଲ୍ ଆଇପିଏଲ୍ ୨୦୨୪ରୁ କିଛି ସମୟ ପାଇଁ ବ୍ରେକ୍ ନେଇଛନ୍ତି । ତେବେ ସେ କେବେ ଫେରିବେ ତାହା ସ୍ପଷ୍ଟ ହୋଇନାହିଁ । ମାନସିକ ଏବଂ ଶାରୀରିକ ରୂପେ ନିଜକୁ ବିଶ୍ରାମ ଦେବା ପାଇଁ ମାକ୍ସୱେଲ୍ ଏହି ନିଷ୍ପତ୍ତି ନେଇଛନ୍ତି । ଚଳିତ ସିଜନ୍‌ରେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ମ୍ୟାଚ୍‌ରେ ମାକ୍ସୱେଲ୍‌ଙ୍କ ପ୍ରଦର୍ଶନ ଭଲ ନାହିଁ । ସେ ସିଜନ୍‌ରେ ଖେଳିଥିବା ଛଅଟି ଇନିଂସ୍‌ରେ କେବଳ ୩୨ ରନ୍ କରିଛନ୍ତି । ଏହା ମଧ୍ୟରେ ତିନିଥର ସେ ଶୂନ୍ୟରେ ଆଉଟ୍ ହୋଇଛନ୍ତି । ଅବଶ୍ୟ ଆଇପିଏଲ୍ ପୂର୍ବରୁ ସେ ଜବରଦସ୍ତ ଫର୍ମରେ ଥିଲେ । ସେ ଗତବର୍ଷ ନଭେମ୍ବରୁ ଆଇପିଏଲ୍ ଆରମ୍ଭ ହେବା ମଧ୍ୟରେ ୧୭ ଟି-୨୦ ମ୍ୟାଚ୍‌ରେ ୪୨.୪୬ ଆଭରେଜ୍ ଏବଂ ୧୮୫.୮୫ ଷ୍ଟ୍ରାଇକ୍ ରେଟ୍‌ରେ ୫୫୨ ରନ୍ କରିଥିଲେ । ଏହା ମଧ୍ୟରେ ସେ ଦୁଇଟି ଶତକ ମଧ୍ୟ ହାସଲ କରିଥିଲେ । ଆଇପିଏଲ୍ ପ୍ରାରମ୍ଭିକ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କାରଣରୁ ସେ ସୋମବାର ସନ୍‌ରାଇଜର୍ସ ହାଇବ୍ରାଦ ବିପକ୍ଷ ମ୍ୟାଚ୍‌ରୁ ନିଜକୁ ବାହାର କରିନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking