28.1 C
Bhubaneswar
Sunday, April 28, 2024
Homeକରୋନାକରୋନା ଟିକା ପାଇଁ ଭାରତ ରଖିଛି ୫୦୦ ବିଲିୟନ ଟଙ୍କା

କରୋନା ଟିକା ପାଇଁ ଭାରତ ରଖିଛି ୫୦୦ ବିଲିୟନ ଟଙ୍କା

ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ କରୋନା ମହାମାରୀ ସହ ଲଢେଇ ଜାରି ରଖିଛି। ଏଭଳି ପରିସ୍ଥିତିରେ ଏହି ସମୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଟିକା କେତେ ଖର୍ଚ୍ଚ ହେବ ଏବଂ ଏଥିପାଇଁ ସରକାରଙ୍କ ପ୍ରସ୍ତୁତି କ’ଣ? ସମଗ୍ର ଘଟଣା ବିଷୟରେ ଅବଗତ ଥିବା ଏକ ସୂତ୍ରରୁ ପ୍ରକାଶ ଯେ ଚୀନ୍ ପରେ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତ ସରକାର କରୋନା ବିରୋଧରେ ଟୀକାକରଣ ପାଇଁ ୫୦ ହଜାର କୋଟି ଟଙ୍କା ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶାସନ ଦ୍ୱାରା ଆକଳନ କରାଯାଇଛି ଯେ ଦେଶର ୧୩୦ କୋଟି ଜନସଂଖ୍ୟା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୬ -୭ ଡଲାରରୁ ୪୨୦ ରୁ ୪୯୦ ଟଙ୍କା ହେବ। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ୩୧ ମାର୍ଚ୍ଚରେ ଶେଷ ହେବାକୁ ଥିବା ଏହି ଅର୍ଥ ଯୋଗାଇ ଦିଆଯାଇଛି ଏବଂ ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ। ପ୍ରତି ଭାରତୀୟଙ୍କୁ ୨ଟି ଲେଖାଏ ଶଟ ଦିଆଯିବ। ପ୍ରତି ଶଟ ପିଛା ୨ ଡଲାର ଖର୍ଚ୍ଚ ହେବ। ସେହିପରି ଆଉ ୨ରୁ ୩ ଡଲାର ଷ୍ଟୋରେଜ ଓ ଟିକାର ପରିବହନ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ଦିଗରେ ଖର୍ଚ୍ଚ କରାଯିବ। ତେଣୁ ଜଣଙ୍କୁ ଟିକା କରଣ ପାଇଁ ୬ରୁ ୭ ଡଲାର ଖର୍ଚ୍ଚ ହେବ। କରୋନା ଟିକାର ବିତରଣ ଓ ବଣ୍ଟନ ଉପରେ କାର୍ଯ୍ୟକ୍ରମ ଉପରେ କାମ କରୁଥିବା ଗ୍ରୁପ୍‌ର ପ୍ରସ୍ତାବକ୍ରମେ ଏହି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking