ମା ବିରଜାଙ୍କ ନଵଦିନାତ୍ମକ ରଥଯାତ୍ରାର ସପ୍ତମୀ ଦିବସ ଅନୁଷ୍ଠିତ

maa biraja temple jajpur

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନଵଦିନାତ୍ମକ ରଥଯାତ୍ରାର ସପ୍ତମୀ ଦିବସ ଅନୁଷ୍ଠିତ ହୋଇଯାଇଛି। ଆଜି ମାଙ୍କ ପୀଠରେ ମହାସପ୍ତମୀ ପାଳିତ ହେଉଛି। ପରମ୍ପରା ମୁତାବକ ଆଜି ମା ବିରାଜଙ୍କ ରଥ ମନ୍ଦିର ଚତୁର୍ପାଶ୍ଵ ପରିକ୍ରମା କରିଥିଲା। କୋଭିଡ କଟକଣା ଭିତରେ କେବଳ ସେବାୟତ ଓ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ଘଣ୍ଟ ଘଣ୍ଟା, ବାଜା ଧ୍ଵନିରେ ଏହି ରଥ ଟଣା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ରଥଟଣା ସମୟ ରେ ବିରଜା ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସାଧାରଣ ଭକ୍ତଙ୍କୁ ରଥ ପାଖକୁ କିମ୍ଵା ରଥ ଟାଣିବାକୁ ବାରଣ କରାଯାଇଛି। ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମନ୍ଦିର ଚାରିପଟେ ମାଙ୍କ ରଥ ବେଢା ପରିକ୍ରମା କରିବ। ଆସନ୍ତାକାଲି ମହାଷ୍ଟମୀ ଥିବାରୁ ମାଆଙ୍କର ସ୍ୱତନ୍ତ୍ର ରୀତିନୀତି ହେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here