26.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ; ୨ ମୃତ

ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ; ୨ ମୃତ

ଯାଜପୁର :ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ମକୁନ୍ଦବିନ୍ଧା ନିକଟରେ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପୁରୀ ଜିଲା ନିମାପଡା ପାଇକସାହିର ଜୟରାମ ସାମନ୍ତସିଂହାର ଏବଂ ଭୁବନେଶ୍ୱରର ରଶ୍ମିରଂଜନ ସେନାପତି । ଅନ୍ୟ ଜଣେ ସୁରଜେନ୍ଦୁ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରଶ୍ଚିରଂଜନ ବାଲେଶ୍ୱର ରେ କୃଷିବିଭାଗର ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟକରୁଥିଲେ । ସୂଚନା ମୁତାବକ ଏମାନେ ୱାଗନଗର ଗାଡିରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲେ । ପାଣିକୋଇଲି ଥାନା ଅନ୍ତର୍ଗତ ମକୁନ୍ଦବିନ୍ଧା ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ଗାଡିକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking