26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଜାରି ରହିଛି ଭାରତ-ଚୀନ ସେନା ସ୍ତରୀୟ ଆଲୋଚନା

ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଜାରି ରହିଛି ଭାରତ-ଚୀନ ସେନା ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରୁ ସେନା ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ ପାଇଁ ଆଜି ଭାରତ ଓ ଚୀନ ମଧ୍ୟରେ ୧୨ତମ କୋର୍ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେଉଛି । ଆଜି ୧୦ଟାରୁ ଏଲଏସିର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ଆରମ୍ଭ ହୋଇଥିଲା । ଆଜିର ବୈଠକରେ ଗୋଗ୍ରା ଶିଖର ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରସଙ୍ଗରେ ଏହି ଆଲୋଚନା ହୋଉଥିବା ଜଣାଯାଇଛି । ଗତ ବର୍ଷ ଚୀନ ସେନା ଏଲଏସି ଅତିକ୍ରମ କରିବା ପରେ ଏହି ଦୁଇଟି ଫିକ୍ସନ ପଏଣ୍ଟ ବା ସଂଘର୍ଷ ସ୍ଥଳୀ ସୃଷ୍ଟି ହୋଇଥିଲା । ଏହି ଦୁଇଟି ଅଞ୍ଚଳରେ ଚୀନ ସେନା ଏବେ ବି ରହିଛନ୍ତି ଓ ତାହାକୁ ତାଳଦେଇ ସେଠାରେ ଭାରତୀୟ ସେନା ବି ମୁତୟନ କରାଯାଇଛି । ଦୁଇଦିନ ତଳେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ କହିଥିଲେ ଯେ ଗଲୱାନ ଘାଟି ଓ ପେଙ୍ଗୟାଙ୍ଗ ହ୍ରଦ ନିକଟରୁ ଦୁଇଦେଶର ସେନା ପ୍ରତ୍ୟାହୃତ ହୋଇଛନ୍ତି । ତେବେ ଭାରତ ଏହାକୁ ଅସ୍ୱୀକାର କରିଥିଲା ।

ଏଲ୍‌ଏସି ବିବାଦର ଅନ୍ତ ପାଇଁ ଚୀନ୍ ପକ୍ଷରୁ ପୂର୍ବରୁ ଜୁଲାଇ ୨୭ ତାରିଖରେ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ତେବେ କାର୍ଗିଲ୍ ବିଜୟ ଦିବସ ପାଳନ ଯୋଗୁଁ ଭାରତ ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ନୂଆ ତାରିଖ ସ୍ଥିର କରିବା ପାଇଁ ଭାରତ ଚୀନ୍‌କୁ କହିଥିଲା । ଏହା ମଧ୍ୟରେ ଉଭୟ ଦେଶ ମଧ୍ୟରେ ୧୧ ରାଉଣ୍ଡ୍ ଆଲୋଚନା ହୋଇସାରିଛି । ଫଳସ୍ୱରୂପ କେତେକ ସ୍ଥାନରୁ ଉଭୟ ସେନା ପଛକୁ ହଟିଛନ୍ତି । ତେବେ ଏବେ ବି ଡେପ୍‌ସାଙ୍ଗ ପ୍ଲେନ୍‌, ଗୋଗରା ଓ ହଟ୍ ସ୍ପ୍ରିଙ୍ଗ୍‌ରେ ଉତ୍ତେଜନା ଜାରି ରହିଛି । ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏକ ସମୟରେ ସମାନ ରୂପେ ସେନା ପ୍ରତ୍ୟାହାର କରାଗଲେ ହିଁ ପୂର୍ଣ୍ଣ ଡିସ୍‌ଏନ୍‌ଗେଜ୍‌ମେଣ୍ଟ ପାଇଁ ସହମତି ପ୍ରକାଶ ପାଇବ । ଗତ ମାସରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟ ଉପରେ କୁହାଯାଇଥିଲା ଯେ ଉଭୟ ପକ୍ଷ ଏଲ୍‌ଏସି ସହ ସମସ୍ତ ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ପଛକୁ ହଟିବା ପାଇଁ ସହମତ ହେବା ପରେ ହିଁ ଆଗାମୀ ରାଉଣ୍ଡ୍ ଆଲୋଚନା ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking