39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକାହାଣୀ ଏମିତି ଦେଶର, ଯେଉଁଠି ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୋଇନଥାଏ ଟ୍ରେନ

କାହାଣୀ ଏମିତି ଦେଶର, ଯେଉଁଠି ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୋଇନଥାଏ ଟ୍ରେନ

ନୂଆଦିଲ୍ଲୀ: ଜାପାନ ନିଜ ସଂସ୍କୃତି , ଖାଦ୍ୟପେୟଠୁ ଆରମ୍ଭ କରି ଟେକ୍ନୋଲୋଜୀ ପର୍ଯ୍ୟନ୍ତ ସାରାଦୁନିଆରେ ପ୍ରସିଦ୍ଧ । ଜାପାନକୁ ଏସିଆର ସବୁଠୁ ବିକଶିତ ଦେଶ କୁହାଯାଏ । ସେଠିକାର ଲୋକଙ୍କ ଗଣନା ଦୁନିଆରେ ସବୁଠୁ ଅଧିକ କର୍ମଠ ହିସାବରେ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଦେଶ ସହ ଜଡିତ କିଛି ରୋଚକ ତଥ୍ୟ କହିବାକୁ ଯାଉଛୁ ।
ଜାପାନ ଏକ ପ୍ରାଚୀନ ଦେଶ । ସେଠିକାର ସଂସ୍କୃତି ଓ ପରମ୍ପରା ବି ଭିନ୍ନ । ଆମ ଦେଶରେ ଲୋକେ ଯେମିତି ହାତ ଯୋଡି ଅଭିବାଦନ କରନ୍ତି, ଠିକ ସେମିତି ଜାପାନରେ କୌଣସି ବ୍ୟକ୍ତିଙ୍କ ସମ୍ମାନ ତଳକୁ ନଇଁ ଅଭିବାଦନ କରିବା ପରମ୍ପରା ରହିଛି । ଖାସ କଥା ହେଲା ଯେ, ଯିଏ ଯେତେ ସମ୍ମାନିତ ହୁଏ, ତା ପ୍ରତି ସେତିକି ଅଧିକ ନଇଁବାକୁ ପଡେ । ତେଣିକି ବ୍ୟକ୍ତି ଜଣ ଯେତେ ବଡ ହେଉ ଅବା ପ୍ରତିଷ୍ଠିତ, ସେ ବି ସାମ୍ନା ବ୍ୟକ୍ତିର ଅଭିବାଦନରେ ନଇଁଥାଏ । ଏମାନଙ୍କ ମଧ୍ୟରେ କେବଳ ନଇଁବା ଡିଗ୍ରୀରେ ଅନ୍ତର ରହିଥାଏ ।
ଜାପାନରେ ଏମିତି ବି କାନୁୁନ ରହିଛି, ଯେଉଁଠି ପିଲାଙ୍କୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ପ୍ରକାର ପରୀକ୍ଷା ଦେବାକୁ ପଡେନାହିଁ । ଏହି ୧୦ ବର୍ଷରେ ସେମାନଙ୍କୁ ପିଲା ଶୈଶବ ଜୀବନର ଆନନ୍ଦ ନେବାକୁ ଦିଆଯାଇଥାଏ ।
ଜାପାନ ଲୋକେ ସଫା ସୁତୁରା ପ୍ରତି ଟିକିଏ ବେଶି ଧ୍ୟାନ ଦେଇଥାନ୍ତି । ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମିଶି ଶ୍ରେଣୀ ଗୃହ ସଫା କରିଥାନ୍ତି ।  ସେଠିକାର ଲୋକେ ଦୀର୍ଘାୟୁ ହୋଇଥାନ୍ତି । ସେମାନଙ୍କ ବୟସ ଅତିବେଶିରେ ୮୨ ପର୍ଯ୍ୟନ୍ତ ରହିଥାଏ । ଯାହା ସବୁ ଦେଶଠାରୁ ଅଧିକ ।
ସେହିଭଳି ଜାପାନବାସୀ ସମୟ ପ୍ରତି ଦାୟିତ୍ୱବାନ ହୋଇଥାନ୍ତି । ସବୁ କାମକୁ ଠିକ ସମୟରେ ସେମାନେ କରନ୍ତି । ଏତିକି ନୁହେଁ, ଜାପାନରେ ଚାଲୁଥିବା ଟ୍ରେନ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୋଇନଥାଏ ।
ଏହାକୁ ବାଦ ଦେଲେ ଜାପାନରେ ସାର୍ବଜନିକ ସ୍ଥାନରେ ଚିତ୍କାର କରି କହିବା କିମ୍ବା କୌଣସି ଜିନିଷକୁ ଶୁଘିଂବା ଅସଭ୍ୟତା ବୋଲି ଧରାଯାଏ । ଦୁଇ ଜଣ ହାତ ଧରା ଧରି ହୋଇଗଲେ ବି ଖରାପ ବୋଲି କୁହାଯାଏ । ସେହିଭଳି ନବବର୍ଷରେ ଜାପାନବାସୀ ପ୍ରଥମେ ମନ୍ଦିର ଯାଇ ୧୦୮ ଥର ଘଣ୍ଟି ବଜାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking