37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ

ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ

ଲକ୍ଷ୍ନୌ : ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ । ବିବାହ କଲେ ପ୍ରେମୀ ଯୁଗଳ । ହିନ୍ଦୁ ରୀତି ଅନୁସାରେ, ବିବାହ କରିଛନ୍ତି ମୁସ୍‌ଲିମ୍ ଝିଅ ଓ ହିନ୍ଦୁ ପୁଅ । ପରିବାର ଲୋକଙ୍କ ତୀବ୍ର ବିରୋଧ ପରେ ବି ଜିତିଗଲା ସେମାନଙ୍କ ପ୍ରେମ । ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଜଣେ ମୁସ୍‌ଲିମ୍ ଝିଅର ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି । ଏଭଳି ଘଟଣା ଜନପଦ ଆଜମଗଡ଼ର ଅତରେସଲିୟା ଅଞ୍ଚଳ ଖାନ୍‌ପୁର ଫତେହର ଘଟିଛି । ଏଠାକାର ବାସିନ୍ଦା ସୁରଜଙ୍କୁ ଦୁଇ ବର୍ଷ ତଳେ ହେଦରପୁର ଖାସ୍ ଗାଁର ମୁସ୍‌ଲିମ୍ ଝିଅ ମୋମିନ ଖାତୁନ୍‌ଙ୍କ ସହ ପ୍ରେମ ହୋଇଥିଲା । ଧୀରେ ଧୀରେ ଏହି ପ୍ରେମ ବଢ଼ିଥିଲା । ଫଳରେ ଦୁହେଁ ଲୁଚି ଲୁଚି ପରସ୍ପରକୁ ଦେଖା କରିବାକୁ ଲାଗିଲେ । ଘର ଲୋକଙ୍କୁ ଏହି କଥା ଜଣାପଡ଼ିବା ପରେ ସେମାନେ ଏହି ପ୍ରେମର ବିରୋଧ କରିଥିଲେ ।

ପୁଅ ଘର ଲୋକ ଉଭୟଙ୍କ ପ୍ରେମକୁ ସ୍ୱୀକାର କରିଥିବା ବେଳେ ଝିଅ ଘର ମୁସ୍‌ଲିମ୍ ସମ୍ପ୍ରଦାୟର ହୋଇଥିବାରୁ ରାଜି ହୋଇନଥିଲେ । ସେମାନେ ପୁଅକୁ ଜାତି ବଦଳାଇ ହିନ୍ଦୁରୁ ମୁସ୍‌ଲିମ୍ ହେବାକୁ ମଧ୍ୟ କହିଥିଲେ । କିନ୍ତୁ ଝିଅ ଏଥିରେ ରାଜି ହୋଇନଥିଲା । ଫଳରେ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି ଦେଇନଥିଲେ । ପରିବାରର ବିରୋଧ ପରେ ଉଭୟେ ବିବାହ କରିବାକୁ ପଣ କରିଥିଲେ । ଏଣୁ ନିକଟସ୍ଥ ସମ୍ମୋ ମାତା ମନ୍ଦିରରେ ଉଭୟେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିଥିଲେ । ମନ୍ଦିର ପରିସରର ଉକ୍ତ ମାହୋଲ୍ଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଉଭୟେ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବରଣ ମାଳା ପିନ୍ଧାଇ, ମଥାରେ ସିନ୍ଦୁର ନାଇ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ଉଭୟ ପରିବାରର ଆଶୀର୍ବାଦ ନେିଇ ବିବାହ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ମୁସ୍‌ଲିମ୍‌-ହିନ୍ଦୁ ବିବାହ ସମ୍ପର୍କରେ ବିଶ୍ୱ ହିନ୍ଦୁ ପରିଷଦ ଖୁସି ଜାହିର କରି କହିଛନ୍ତି, ଆମେ ଖୁସି ଯେ ମୁସ୍‌ଲିମ୍ ଝିଅ ସନାତନ ଧର୍ମକୁ ସ୍ୱୀକାର କରିଛି । ଆମେ ଏହାକୁ ସ୍ୱାଗତ କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking