29.1 C
Bhubaneswar
Friday, April 26, 2024
Homeସିଙ୍ଗାପୁର ଓପନ୍ ବ୍ୟାଡ୍‌ମିଟନ୍‌ସିଙ୍ଗାପୁର ଓପନ : କ୍ୱାର୍ଟରରେ ଚୀନକୁ ହରାଇ ସେମିରେ ସିନ୍ଧୁ

ସିଙ୍ଗାପୁର ଓପନ : କ୍ୱାର୍ଟରରେ ଚୀନକୁ ହରାଇ ସେମିରେ ସିନ୍ଧୁ

ନୂଆଦିଲ୍ଲୀ: ସିଙ୍ଗାପୁର ଓପନରେ ଭାତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏବଂ ଏଚ.ଏସ ପ୍ରଣୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଉଭୟ ନିଜ ନିଜର ମୁକାବିଲାରେ ପରାସ୍ତ ହୋଇ ଏହି ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ଯାତ୍ରା ଶେଷ କରିଛନ୍ତି । ଏହି ସମୟରେ କ୍ୱାର୍ଟରରେ ଚୀନକୁ ହରାଇ ସେମିରେ ପହଞ୍ଚିଛନ୍ତି ପି.ଭି ସିନ୍ଧୁ । ତେଣୁ ଭାରତକୁ ମେଡାଲ ପାଇଁ ଏବେ ସିନ୍ଧୁ ହିଁ ଏକମାତ୍ର ଭରସା ପାଲଟିଛନ୍ତି ।

ଜାପାନର ଆୟା ଓହୋରୀ ୨୧-୧୩, ୧୫-୨୧, ୨୨-୨୦ରେ ପରାସ୍ତ କରିଥିବା ବେଳେ ପ୍ରଣୟ ଜାପାନର କୋଡାଇ ନରାଓକାଙ୍କ ନିକଟରୁ ୧୨-୨୧, ୨୧-୧୪ ଏବଂ ୨୧-୧୮ରେ ପଛରେ ରହିଯାଇଛନ୍ତି । ଯାହା ଫଳରେ ଭାରତର ମେଡାଲ ଆଶା ଟିକିଏ ମଉଳି ଯାଇଛି । ସେମି ଫାଇନାଲରେ ଜାପାନର ସାଇନା କାୱାକାମୀଙ୍କୁ ଭେଟିବେ ପିଭି ସିନ୍ଧୁ । ତେଣୁ ଭାରତର ନଜର ଏବେ ସିନ୍ଧୁଙ୍କ ଉପରେ ହିଁ ରହିଛି । ସାଇନା ଏବଂ ପ୍ରଣୟଙ୍କ ଭାରତ ହରାଇବା ପରେ ଦେଶକୁ ମେଡାଲ କେବଳ ସିନ୍ଧୁ ହିଁ ଜିତାଇ ପାରିବେ । ତେବେ ଦେଖିବାକୁ ବାକି ରହିଲା ଏବେ ସିନ୍ଧୁ ଭାରତକୁ ମେଡାଲ ଆଣିବାର ସ୍ୱପ୍ନ ସାକାର କରି ପାରୁଛନ୍ତି କି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking