30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବଢୁଛି ଅଡୁଆ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ଜୁବୈର

ବଢୁଛି ଅଡୁଆ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ଜୁବୈର

ନୂଆଦିଲ୍ଲୀ: ବିବାଦୀୟ ଟ୍ୱିଟ୍ କରି ଗିରଫ ହୋଇଥିବା ଜଣାଶୁଣା ସାମ୍ବାଦିକ ମହମ୍ମଦ ଜୁବୈରଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ସିଦ୍ଧ ଦର୍ଶାଇଲେ ପଟିଆଲା ହାଉସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ଜୁବୈର । ଉତ୍ତର ପ୍ରଦେଶର ତାଙ୍କ ବିରୋଧରେ ଦାଖଲ ହୋଇଥିବା ୬ଟି ଏତଲାକୁ ଅସିଦ୍ଧ ଦର୍ଶାଇବାକୁ ଅପିଲ୍ କରିଛନ୍ତି ମହମ୍ମଦ ଜୁବୈର । ଖାଲି ସେତିକି ନୁହେଁ ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ତଦନ୍ତକୁ ଅମୂଳକ ବୋଲି କହିଛନ୍ତି ମହମ୍ମଦ । ବିବାଦୀୟ ଟ୍ୱିଟ୍ ନେଇ ଜୁବୈରଙ୍କ ବିରୋଧରେ ସୀତାପୁର, ଲଖିମପୁର ଖେରୀ, ମୁଜାଫରପୁରରେ ଗୋଟିଏ ଲେଖାଏଁ ଏତଲା ହୋଇଥିବା ବେଳେ ଗାଜିଆବାଦ ଓ ହାଥରସରେ ଦୁଇଟି ଲେଖାଏଁ ମାମଲା ହୋଇଛି ।

ଏହି ୬ଟି ମାମଲାର ତଦାରଖ କରୁଛି ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ଏସ୍‌ଆଇଟି । ଏହାପୂର୍ବରୁ ଜାମିନ ଆବେଦନ ଶୁଣାଣି ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଜୁବୈର । ତେବେ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ତାଙ୍କୁ ୫ ଦିନ ଅନ୍ତରୀଣ ଜାମିନ ମିଳିଥିଲା । ତେବେ ଏହି ଜାମିନ କେବଳ ସୀତାପୁରରେ ଦାଖଲ ହୋଇଥିବା ମାମଲାକୁ ନେଇ ପ୍ରଦାନ କରାଯାଇଥିଲା । ବାକି ମାମଲା ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କୋର୍ଟ କହିଥିଲେ । ସେପଟେ ହାଥରସ କୋର୍ଟ ଜୁବୈରଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପଠାଇ ଦେଇଥିଲେ । ଦିନକୁ ଦିନ ଜୁବେରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ତାଙ୍କୁ ଜାମିନ ମିଳିବା ବଦଳରେ ସେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ସେ ଅଧିକ ଫସିବାରେ ଲାଗିଛନ୍ତି। ୨୦୧୮ରେ ହିନ୍ଦୁ ଦେବାଦେବୀଙ୍କୁ ଏକ ବିବାଦୀୟ ଟ୍ୱିଟ୍ କରିଥିଲେ । ଏହାକୁ ନେଇ ଦୀପକ ଶର୍ମା ନାମକ ଜଣେ ଆଇନଜୀବୀ ପ୍ରଥମେ ଅଭିଯୋଗ କରିଥିଲେ । ଏହାପରେ ଜୁନ ୨୭ ତାରିଖରେ ତାଙ୍କୁ ପୋଲିସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking