28.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକା ଦୁଷ୍କର୍ମ ମାମଲା, ଦୋଷୀ ସାବ୍ୟସ୍ତ ପିଉସାଙ୍କୁ ୧୪ ବର୍ଷର ସଶ୍ରମ କାରାଦଣ୍ଡ

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀ ସାବ୍ୟସ୍ତ ପିଉସାଙ୍କୁ ୧୪ ବର୍ଷର ସଶ୍ରମ କାରାଦଣ୍ଡ

କଟକ : ଜନୈକା ନାବାଳିକାଙ୍କ ଧର୍ଷଣ ଅଭିଯୋଗରେ ଧର୍ଷଣକାରୀ ପିଉସାକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ପକସୋ କୋର୍ଟ । କଟକ ତିଗିରିଆ ଅଞ୍ଚଳରେ ନିଜ ଝିଆରୀ ସହ ଦୁଷ୍କର୍ମ କରିଥିଲା ଜଣେ ପିଉସା । ଏଭଳି କୁତ୍ସିତ କାର୍ଯ୍ୟ ପାଇଁ କଟକ ପୋକସୋ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରମେଶ ଚନ୍ଦ୍ର ନାଏକ । ଘଟଣାଟି ପ୍ରକୃତରେ ୨୦୧୭ ମେ ୧୬ ତାରିଖରେ ଘଟିଥିଲା । ତିଗିରିଆ ଥାନା ଅଞ୍ଚଳରେ ଅଭିଯୁକ୍ତ ରମେଶର ପୁଅର ଏକୋଇଶିଆ କାର୍ଯ୍ୟ ଚାଲିଥିଲା । ସେହିଦିନ ରାତିରେ ରମେଶ ନିଜର ୧୬ ବର୍ଷର ଝିଆରୀ ଶୋଇଥିବା ଘରେ ପଶି ଜବରଦସ୍ତ ତା ସହିତ ଦୁଷ୍କର୍ମ କରିଥିଲା । ସକାଳୁ ପିଡିତାର ଜେଜେ ମା ଜଣଙ୍କ ପିଡିତାକୁ ରକ୍ତାକ୍ତ ଅବସ୍ଥାରେ ଦେଖି ଘଟଣା ସମ୍ପର୍କରେ ପଚାରିଥିଲେ । ପିଡିତା ନିଜ ପିଉସା ଧର୍ଷଣ କରିଥିବାର ଜେଜେ ମା’ କୁ ଜଣାଇଥିଲେ ।

ଏହାପରେ ଜେଜେ ମା’ ଘଟଣା ସମ୍ପର୍କରେ ଦୁଇ ଦିନ ପରେ ୨୦୧୭ ମେ ୧୮ ତାରିଖରେ ତିଗିରିଆ ଥାନାରେ ଅଭିଯୋଗ ଦାୟର କରିଥିଲେ । ଘଟଣାର ତଦନ୍ତ କରି ତଦନ୍ତକାରୀ ପୋଲିସ ଅଫିସର ମଧୁସ୍ମିତା ବେହେରା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ କରି କଟକ ପୋକସୋ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲା ତିଗିରିଆ ପୋଲିସ । ପୋକସୋ କୋର୍ଟ ଘଟଣାର ଶୁଣାଣି କରି ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୧ ଟି ତଥ୍ୟପ୍ରମାଣ ଆଧାରରେ ୧୪ ବର୍ଷ ସଶ୍ରମ କାରାଦଣ୍ଡର ଦଣ୍ଡବିଧାନ କରିବା ସହ ୧୦ ହଜାର ଟଙ୍କାର ଜୋରିମାନା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ ମାସର ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ । ଏହା ସହିତ ପିଡିତା କ୍ଷତିପୂରଣ ଆଇନ ଅନୁଯାୟୀ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ପୋକସୋ କୋର୍ଟ । କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking