40.1 C
Bhubaneswar
Thursday, April 25, 2024
Homeଓଡିଶାଖୁବଶୀଘ୍ର ରାଜ୍ୟର ସମସ୍ତ ୟୁନିଭରସିଟି ଓ ଅଟୋନମସ୍ କଲେଜ ହେବ ପେପରଲେସ୍‌

ଖୁବଶୀଘ୍ର ରାଜ୍ୟର ସମସ୍ତ ୟୁନିଭରସିଟି ଓ ଅଟୋନମସ୍ କଲେଜ ହେବ ପେପରଲେସ୍‌

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ସସମସ୍ତ ୟୁନିଭରସିଟି ଓ ଅଟୋନମସ୍ କଲେଜଗୁଡ଼ିକ ପେପରଲେସ୍ ହେବ । ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ନେଇ ସମଥ ଇ-ଗଭ୍ ପୋର୍ଟାଲ ଲଞ୍ଚ କରିବେ । ଶିକ୍ଷା ମନ୍ତ୍ରଣାଳୟର ଏହି ପଦକ୍ଷେପ ମାଧ୍ୟମରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମ୍ପୂର୍ଣ୍ଣ ଅଟୋମେସନ ପ୍ରକ୍ରିୟା ଆରମ୍ଭ ହେବ । ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅନୁଯାୟୀ, ଏନେଇ ଏକ ରିସୋର୍ସ ପ୍ଲାନିଂ ସଫ୍ଟୱେର ଲଞ୍ଚ କରାଯାଇ ତାହା ୧୨ଟି ପବ୍ଲିକ ୟୁନିଭରସିଟି ଓ ୩୨ଟି ଅଟୋନମସ କଲେଜରେ କାର୍ଯ୍ୟକାରୀ କରାଯିବ । ଏହାଫଳରେ ରାଜ୍ୟର ଏହି ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପୂର୍ବାପେକ୍ଷା ଅଧିକ ସୂଚନା ପରିଚାଳନା କରାଯାଇପାରିବ । ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ୟୁନିଭରସିଟି ବୁଝାମଣା କରାଯାଇଛି ।

ଏଥିରେ ୯ଟି ମଡ୍ୟୁଲରେ ୪୦ଟି ଆପିଲିକେସନ ରହିବ । ଏହି ମଡ୍ୟୁଲ ଶିକ୍ଷାନୁଷ୍ଠାନଗୁଡ଼ିକର ନାମଲେଖା, ନିଯୁକ୍ତି, ଡାଟା ମ୍ୟାନେଜମେଣ୍ଟ, କର୍ମଚାରୀ ସେବା, କ୍ୟାମ୍ପସ ସେବା, ଅର୍ଥ, ୟୁନିଭରସିଟି ଫାସିଲିଟି, ଆକାଡେମିକ୍ସ ଓ ଗଭର୍ଣ୍ଣାନ୍ସ ଉପରେ କାର୍ଯ୍ୟ କରିବ । ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପ ଫଳରେ ଶିକ୍ଷାନୁଷ୍ଠାନଗୁଡ଼ିକ ପେପରରୁ ଡିଜିଟାଲ ପ୍ଲାଟଫର୍ମକୁ ପରିବର୍ତ୍ତିତ ହୋଇଯିବେ । ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନିଜର ଏକ ସଫ୍ଟୱେର ବ୍ୟବହାର କରୁଛି । ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ଉପ-କୁଳପତି ପ୍ରଫେସର ଅଶୋକ ଦାସ ଓଡ଼ିଶାର ଶିକ୍ଷାନୁଷ୍ଠାନ ଓ ଦିଲ୍ଲୀ ୟୁନିଭରସିଟିର ସମର୍ଥ ଟିମ୍ ସହିତ ବୁଝାମଣା ପାଇଁ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ । ବର୍ତ୍ତମାନ ସମଗ୍ର ଭାରତବର୍ଷର ୫୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ସମର୍ଥ ସଫ୍ଟୱେର କାର୍ଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking