26.1 C
Bhubaneswar
Wednesday, May 8, 2024
Homeଓଡିଶାଆଇଜି ପାର୍କରେ ହା୍‌ଇଡ୍ରାମା, ପ୍ରେମିକା ପାଖେ ସ୍ୱାମୀକୁ ଦେଖି ପିଟିଲେ ସ୍ତ୍ରୀ

ଆଇଜି ପାର୍କରେ ହା୍‌ଇଡ୍ରାମା, ପ୍ରେମିକା ପାଖେ ସ୍ୱାମୀକୁ ଦେଖି ପିଟିଲେ ସ୍ତ୍ରୀ

ଭୁବନେଶ୍ୱର: ଲୁଚି ଲୁଚି ପ୍ରେମ କରୁଥିଲେ ଜଣେ ବିବାହିତ ଯୁବକ । ଖାଲି ସେତିକି ନୁହେଁ, କେବେ ପାର୍କ ଖୋଲିବ ଆଉ ପ୍ରେମିକାକୁ ଧରି ବୁଲିବେ ସେ ନେଇ ଅନେକ ଯୋଜନା କରିଥିଲେ । ହେଲେ ଯୁବକ ଜଣକ ପ୍ରେମିକାକୁୁ ଧରି ଆଇଜି ପାର୍କରେ ବୁଲୁଥିବା ସମୟରେ ଖବର ପାଇ ଯୁବକଙ୍କ ସ୍ତ୍ରୀ ସେଠାକୁ ଚାଲିୃଆସିଥିଲେ । ପ୍ରେମିକା ସହ ସ୍ୱାମୀଙ୍କୁ ଦେଖିବା ପରେ ଉଗ୍ର ହୋଇଯାଇଥିଲେ ସ୍ତ୍ରୀ । କିଛି ବୁଝିବା ଆଗରୁ ସମସ୍ତଙ୍କ ସମ୍ମୁଖରେ ସ୍ୱାମୀଙ୍କୁ ପିଟିି ଚାଲିଥିଲେ । ଯାହାକୁ ନେଇ ଆଇଜି ପାର୍କ ଭିତରେ ଚାଲିଥିଲା ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା । ଖବରପାଇ କମିଶନରେଟ ପୁଲିସ ସେଠାରେ ପହନ୍‌ଚି ମହିଳାଙ୍କୁ ବୁଝାଇବାକୁ ନାକେଦମ ହୋଇପଡିଥିଲା । ଏଭଳି ଘଟଣା ଗୁରୁବାର ଦିନ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ,  ଗୁରୁବାୃର ସକାଳେ ଆଇଜି ପାର୍କରେ ସ୍ୱାମୀ ସ୍ତ୍ରୀଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି । ଏହି ଘଟଣାକୁ କେନ୍ଦ୍ର କରି ପୁଲିସକୁ ନାକେଦମ ହେବାକୁ ପଡିଛି । ଜଣେ ମହିଳା ପାର୍କ ଭିତରେ ତାଙ୍କ ସ୍ୱାମୀଙ୍କୁ ମାଡମାରୁଥିବା ଦେଖିବାକୁ ମିଳିଥିଲା । ସେଠାରେ ଥିବା ଲୋକମାନେ ଉଭୟଙ୍କୁ ବୁଝାସୁଝା କରିବାକୁ ଚେଷ୍ଟ କରିଥିଲେ । ହେଲେ ସେମାନ କିଛି ବୁଝିନଥିଲେ । ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଉଭୟଙ୍କୁ ସେଠାରୁ କ୍ୟାୃପିଟାଲ ଥାନାକୁ ନେଇଥିଲା । ସେଠାରେ ମହିଳା ଜଣକ ତାଙ୍କ ସ୍ୱାମୀ ଅରୁଣ ଦିଗଲଙ୍କ ନାଁରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ସ୍ୱାମୀ ଅରୁଣ ଦୀର୍ଘ ଦିନ ଧରି ତାଙ୍କ ସହ ସମ୍ପର୍କ ନରଖିବା ସହ ଏକ ମାତ୍ର ଝିଅକୁ ଅଣଦେଖା କରୁଛନ୍ତି । ସ୍ୱାମୀ ଅରୁଣ ପାର୍କରେ ତାଙ୍କ ପ୍ରେମିକା ସହିତ ବୁଲିବା ଘଟଣାକୁ ଖଣ୍ଡନ କରିବା ସହିତ ଛାଡ଼ପତ୍ର ପାଇଁ ଆବେଦନ କରିଥିବା କଥା କହିଥିଲେ । ପରେ ଉଭୟଙ୍କ ପରିବାରଲୋକ ଥାନାରେ ବୁଝାସୁଝା କରି ଦୁହିଁଙ୍କୁ ଘରକୁ ନେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking