33.1 C
Bhubaneswar
Thursday, April 25, 2024
Homeକରୋନାକୋଭିସିଲ୍ଡ ଟିକାର ସମୟ ବ୍ୟବଧାନ କମିବ

କୋଭିସିଲ୍ଡ ଟିକାର ସମୟ ବ୍ୟବଧାନ କମିବ

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ବ୍ୟବଧାନକୁ ହ୍ରାସ କରାଯିବ ବୋଲି ଜଣାପଡିଛି । ତେବେ ୪୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହେବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଆସନ୍ତା ଦୁଇ କିମ୍ବା ତିନି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କୋଭିଡ୍ ୱାର୍କିଂ ଗ୍ରୁପ୍ ଅଧ୍ୟକ୍ଷ ଡାଃ ଏନ.କେ.ଆରୋରା କହିଛନ୍ତି । ବର୍ତ୍ତମାନ ସବୁ ବର୍ଗର ଲୋକଙ୍କ ନିମନ୍ତେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ସମୟ ବ୍ୟବଧାନ ରହିଛି । ଅର୍ଥାତ ଜଣେ ବ୍ୟକ୍ତି ଏହି କୋଭିସିଲ୍ଡ ପ୍ରଥମ ଡୋଜ୍ ନେବାର ୧୨ କିମ୍ବା ୧୬ ସପ୍ତାହ (୮୪ରୁ ୧୧୨ ଦିନ) ପରେ ଦ୍ୱିତୀୟ ଡୋଜ୍ ନେବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି । ଚଳିତବର୍ଷ ଜାନୁଆରୀ ୧୬ରୁ ଭାରତରେ କୋଭିଡ୍ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ସେତେବେଳେ କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ୪ରୁ ୬ ସପ୍ତାହ ବ୍ୟବଧାନ ଧାର୍ଯ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ୪ରୁ ୮ ସପ୍ତାହକୁ ବୃଦ୍ଧି କରାଯାଇଥିବାବେଳେ ମେ’ରେ ଏହି ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି ପାଇଥିଲା । ସମୟ ବ୍ୟବଧାନ ବୃଦ୍ଧି କରାଯିବା ନେଇ ସରକାରଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା । ଟିକା ଅଭାବ ପ୍ରସଙ୍ଗକୁ ଲୁଚାଇବାକୁ ଯାଇ ସରକାର ପରୋକ୍ଷରେ ଡୋଜ୍ ବ୍ୟବଧାନ ବୃଦ୍ଧି କରୁଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା । ତେବେ ସମୟ ବ୍ୟବଧାନ ବୃଦ୍ଧି ପଛରେ ବୈଜ୍ଞାନିକ କାରଣ ରହିଥିବା ସରକାର ସଫେଇ ଦେଇଥିଲେ । ପ୍ରଥମ ଡୋଜ୍ ନେବାପରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ତେଣୁ ଦ୍ୱିତୀୟ ଡୋଜ୍‌ର ବ୍ୟବଧାନ ବୃଦ୍ଧି କରାଗଲେ, ପ୍ରଥମ ଡୋଜ୍‌ରୁ ସୃଷ୍ଟି ହୋଇଥିବା ଆଣ୍ଟିବଡି ଭଲଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking