26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଦିଲ୍ଲୀରେ ୩ମାସରେ ସର୍ବନିମ୍ନ ସଂକ୍ରମଣ, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ : କେଜ୍ରିୱାଲ

ଦିଲ୍ଲୀରେ ୩ମାସରେ ସର୍ବନିମ୍ନ ସଂକ୍ରମଣ, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ : କେଜ୍ରିୱାଲ

ନୂଆଦିଲ୍ଲୀ:  ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଛି । ଶନିବାର ୨୧୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ୩ମାସ ମଧ୍ୟରେ ସର୍ବନିମ୍ନ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଦିଲ୍ଲୀରେ ପଜିଟିଭିଟି ହାର ୦.୩୦ ପ୍ରତିଶତକୁ ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୨୮ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବାରୁ ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ୨୪,୮୦୦ଜଣଙ୍କ ପ୍ରାଣହାନୀ ଘଟିଲାଣି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ତୃତୀୟ ଲହରର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏଥିପାଇଁ ତାଙ୍କ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ହସ୍ପିଟାଲରେ ଅକ୍ସିିଜେନ ଜେନେରେସନ ପ୍ଲାଣ୍ଟ ଉଦ୍‌ଘାଟନ କରିବା ଅବସରରେ ସେ କହିଛନ୍ତି, ଏପର୍ଯ୍ୟନ୍ତ ବ୍ରିଟେନ୍‌ରେ ୪୫ପ୍ରତିଶତ ଲୋକଙ୍କ ଟିକାକରଣ ହେବା ସତ୍ତ୍ୱେ ସେଠାରେ ତୃତୀୟ ଲହର ଆସିବା ଦେଖାଯାଇଛି । ତେଣୁ ଆମର ଏଠାରେ ନଆସିବ ବୋଲି କୁହାଯାଇନପାରେ । ତେଣୁ ଆମେ ପ୍ରସ୍ତୁତ ରହିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking