28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବର୍ଷାରେ ମୁମ୍ବାଇ ବେହାଲ୍‌

ବର୍ଷାରେ ମୁମ୍ବାଇ ବେହାଲ୍‌

ମୁମ୍ବାଇ : ପ୍ରବଳ ମୌସୁମୀ ବର୍ଷା ପ୍ରଭାବରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବେହାଲ ହୋଇଯାଇଛି । ସହର ତଳି ଅଞ୍ଚଳରେ ପାଣି ଜମି ରହିବାରୁ  ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷାଜଳରେ ରାଜପଥ ଓ ରେଳପଥ ବୁଡ଼ି ରହିବାରୁ ସ୍ୱାଭାବିକ ଜୀବନ ଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି । କେନ୍ଦ୍ରୀୟ ରେଳବାଇର ଜଣେ ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି, ଦାଦର୍ ଓ କୁର୍ଲା ଷ୍ଟେସନ ମଧ୍ୟରେ ଲୋକାଲ୍ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି । ବ୍ରିହନ ମୁମ୍ବାଇ ବିଦ୍ୟୁତ୍ ଯୋଗାଣ ଓ ପରିବହନ ଅଧିକାରୀ କହିଛନ୍ତି, ଅଧିକାଂଶ ବସ୍ ଅନ୍ୟ ପଥଦେଇ ଚଳାଚଳ କରୁଛି । ବାନ୍ଦ୍ରାପୂର୍ବ, ହିନ୍ଦମାତା, କୁର୍ଲା, କାମନି ପ୍ରଭୃତି ସ୍ଥାନରେ ବର୍ଷାଜଳ ଜମି ରହିଛି ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ମୌସୁମୀ ଆସନ୍ତା ୧୫ତାରିଖରେ ଦିଲ୍ଲୀରେ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶନିବାର ଠାରୁ ଦିଲ୍ଲୀରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking