38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୀତା ଭୂମିକାରେ ଅଭିନୟ କରିବା ପାଇଁ ୧୨କୋଟି ଟଙ୍କା ଦାବି କଲେ କରୀନା

ସୀତା ଭୂମିକାରେ ଅଭିନୟ କରିବା ପାଇଁ ୧୨କୋଟି ଟଙ୍କା ଦାବି କଲେ କରୀନା

ମୁମ୍ବାଇ : ଅଭିନେତ୍ରୀ କରୀନା କପୁର ଖାନ୍ ବଲିଉଡ୍ ଜଗତରେ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ତତୋଧିକ ଚର୍ଚ୍ଚା ହେଉଛି । ମିଳିଥିବା ରିପୋର୍ଟ ଅନୁଯାୟୀ ରାମାୟଣ ଆଧାରିତ ଅଲୌକିକ ଦେଶାଇଙ୍କ ଏକ ଚଳଚ୍ଚିତ୍ରରେ ସୀତା ଭୂମିକାରେ ଅଭିନୟ କରିବା ଲାଗି କରୀନାଙ୍କୁ ମନୋନୀତ କରାଯାଇଥିଲା । କରୀନା ଏଥିରେ ଅଭିନୟ କରିବା ପାଇଁ ୧୨କୋଟି ଟଙ୍କା ଦାବି କରିଥିଲେ । ସାଧାରଣତଃ କରୀନା ଯେକୌଣସି ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ୬ରୁ ୮କୋଟି ଟଙ୍କା ଦାବି କରନ୍ତି । ମାତ୍ର ସୀତା ଭୂମିକାରେ ଅଭିନୟ କରିବା ନିମନ୍ତେ ତାଙ୍କୁ ସୁଟିଂ ଏବଂ ରିହର୍ସାଲରେ ୮ରୁ ୧୦ମାସ ପର୍ଯ୍ୟନ୍ତ ସମୟ ଦେବାକୁ ପଡ଼ିଥାନ୍ତା । ତେଣୁ କରୀନା ଏଭଳି ମୋଟା ଅଙ୍କର ଅର୍ଥ ଦାବି କରିଥିଲେ । ଏବେ ସେ ସେଥିରେ ଅଭିନୟ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବୁଦ୍ଧିଜୀବୀମାନେ ଏହି ଘଟଣାରେ ତୀବ୍ର ପ୍ରତିକ୍ରୟା ପ୍ରକାଶ କରି କରୀନାଙ୍କୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking