28.1 C
Bhubaneswar
Saturday, April 27, 2024
Homeଓଡିଶାସରକାର ଜମିରୁ ଜବର ଦଖଲ ଉଚ୍ଛେଦ

ସରକାର ଜମିରୁ ଜବର ଦଖଲ ଉଚ୍ଛେଦ

ରାୟଗଡା : ରାୟଗଡା ପୌରପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂମ୍ବର -୧ ର ଗୁରୁମଗୁଡା ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ହୋଇଛି । ଏହି ଉଚ୍ଛେଦ ସମୟରେ ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପ୍ରାୟ ୧୫ଟି ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଘରକୁ ଆଜି ପ୍ରଶାସନ ଜେସିବି ଲଗାଇ ଭାଙ୍ଗି ଦେଇଛି । ପୂର୍ବରୁ ତହସିଲ ପ୍ରଶାସନ ପକ୍ଷରୁ ସରକାରୀ ଜାଗା ଖାଲି କରିବାକୁ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ନିର୍ମାଣ କାର‌୍ୟ୍ୟ ଜାରି ରହିବା ପରେ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି । ଆଜି ଜବରଦଖଲ ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ନାଲି ପତକା ଲଗାଯାଇଛି । ଅନ୍ୟପଟେ ସରକାରୀ ଜମି ଅକ୍ତିଆର କରାଯାଇଥିବାରୁ ଉଚ୍ଛେଦ କରାଗଲା ଏବଂ ଆଗାମୀ ଦିନରେ ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ବେସାହାରା ପରିବାର ପକ୍ଷରୁ ଆବେଦନ କରାଗଲେ ଅନୁଧ୍ୟାନ କରି ଘର ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking