40.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କର ୧୦୩ତମ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ସକାଳେ ସ୍ଥାନୀୟ ଇନ୍ଦିରାପାର୍କ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ରାଉତରାୟ ଓ ସାଧାରଣ ସଂପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ମୃତିଚାରଣ କରି କହିଲେ ଯେ ଇନ୍ଦିରା ଗାନ୍ଧୀ ଦେଶର ଆତ୍ମାକୁ ଚିହ୍ନିଥିଲେ । ସେ ଅତ୍ୟନ୍ତ ଦୃଢ଼ମନା ମହିଳା ଥିଲେ ଓ ନୀତିରୁ କେବେ ମୁଣ୍ଡ ନୁଆଉଁନଥିଲେ । ଭାରତବର୍ଷକୁ ପୃଥିବୀରେ ସର୍ବଶ୍ରେଷ୍ଠ କରିବା ପାଇଁ ସେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । ଭାରତ ବର୍ଷର ଅଖଣ୍ଡତା ପାଇଁ କଂଗ୍ରେସ ଯେଉଁ ଉଦ୍ୟମ କରିଥିଲା ତାହାକୁ ଆଜି​ ନଷ୍ଟ କରିବାପାଇଁ ଚେଷ୍ଟା ଚାଲିଛି । ଆମ୍ଭେମାନେ ଇନ୍ଦିରାଜୀଙ୍କର ସେହି ଉଦ୍ୟମ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶପଥନେବା ଉଚିତ୍ ବୋଲି ସେ କହିଥିଲେ । ପରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଦେଶର ସଂହତି ଓ ଅଖଣ୍ଡତାକୁ ଅକ୍ଷ୍ୟୁର୍ଣ୍ଣ ରଖିବାପାଇଁ ସଂକଳ୍ପ କରାଇଥିଲେ । ଏହି ଅବସରରେ ସଂକୀର୍ତନ ପରିବେଷଣ କରିଥିବା କଳାକାରମାନଙ୍କୁ ଶ୍ରୀ ପଟ୍ଟନାୟକ ମାନପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking