39.1 C
Bhubaneswar
Friday, April 26, 2024
Homeଅପରାଧବିବାହ ପାଇଁ ପ୍ରତିଶୃତି ଦେଇ ସମ୍ପର୍କ ରଖିଲା ପରେ ଯୁବକ କଲେ ଏପରି କାମ…

ବିବାହ ପାଇଁ ପ୍ରତିଶୃତି ଦେଇ ସମ୍ପର୍କ ରଖିଲା ପରେ ଯୁବକ କଲେ ଏପରି କାମ…

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାଗପତ ଠାରେ ଲଭ ଜିହାଦର ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସମାଜରେ ଧର୍ମ ପରିବର୍ତ୍ତନ ଓ ଏହାକୁ ନେଇ ହେଉଥିବା ଅତ୍ୟାଚାର କିପରି ନିଜର କାୟା ବିସ୍ତାର କରୁଛି । ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବାଗପତ ଅଞ୍ଚଳରେ ଘଟିଥିବା ଏହି ଘଟଣା । ଏକ ବିବାହିତ ମୁସଲମାନ ଯୁବକ ନିଜକୁ ଅବିବାହିତ କହି ଜଣେ ଯୁବତୀଙ୍କୁ ନିଜ ପ୍ରେମରେ ଫସାଇଥିଲା ଏବଂ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ଏହି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ପ୍ରେମିକକୁ ଜଣାଇଥିଲା । ଯୁବକ ଜଣକ ନିଜକୁ ମୁସଲମାନ ବୋଲି କହି ଯୁବତୀ ଜଣଙ୍କୁ ଗର୍ଭପାତ କରାଇବା ସହ ଧର୍ମ ପରିବର୍ତ୍ତନ କରିବାପାଇଁ ବାଧ୍ୟ କରିଥିଲା ଓ ବିଭିନ୍ନ ପ୍ରକାର ଅତ୍ୟାଚାର ମଧ୍ୟ କରିଥିଲା । ପରେ ନିଜ ସହ ରଖିବାକୁ ମନା କରିଦେଇଥିଲା ଓ କାହାକୁ ଜଣାଇଲେ ଯୁବତୀ ଜଣଙ୍କର ଭିଡ଼ିଓ ଭାଇରାଲ କରିବା ପାଇଁ ଧମକ ଦେଉଥିଲା । ଏଥିରୁ ଅତିଷ୍ଠ ହୋଇ ଯୁବତୀ ଜଣକ ପୋଲିସର ସହାୟତା ଲୋଡ଼ିଛନ୍ତି ।
ଏହି ଯୁବତୀ ଜଣକ ବାଗପତ ଜନପଦର ବାସିନ୍ଦା । ଏକ ବର୍ଷ ପୁର୍ବେ ସେ କୋତୱାଲୀ ଅଞ୍ଚଳର ଜଣେ ଯୁବକକୁ ଭେଟିଥିଲେ ଯିଏ ତାଙ୍କ ନାଁ ଅକ୍ଷୟ ବୋଲି କହିଥିଲା । ଯିଏ ନିଜକୁ ଜଣେ ଡାକ୍ତର ଓ ପାର୍ଟ ଟାଇମ ଚାକିରି କରୁଛି ବୋଲି କହିଥିଲା ନିଜକୁ ଜଣେ ଡ଼ିଭୋର୍ସୀ ଓ ନିଜ ଛୋଟ ପୁଅ ପାଇଁ ମା’ ଖୋଜୁଛି ବୋଲି କହିଥିଲା । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ସଂମ୍ପର୍କ ସ୍ଥାପନ ହୋଇଥିଲା ।
ଯୁବତୀ ଜଣକ ଗର୍ଭବତୀ ହୋଇ ଅକ୍ଷୟକୁ (ଛଦ୍ମନାମ) ସବୁ କଥା କହିଲା ପରେ । ସତ ସାମନାକୁ ଆସିଥିଲା । ତେବେ ଯୁବକ ଜଣଙ୍କ ନାମ ଅକ୍ରମ କ୍ୱ୍ୟରେସୀ ଥିଲା । ଯୁବତୀ ଜଣକ ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ଅକ୍ରମ ବିବାହ କରିବାକୁ ମନା କରିଦେଇଥିଲା । ଓ ସମ୍ପର୍କ ବନାଇବା ସମୟରେ ନେଇଥିବା ଭିଡ଼ିଓକୁ ଭାଇରାଲ କରିବା ପାଇଁ ବାରମ୍ବାର ଧମକ ଦେଉ୍‌ଥିଲା । ପିଡ଼ୀତ ଜଣକ ପୋଲିସର ସହାୟତା ନେବା ସହ ଦୋଷୀକୁ ଦଣ୍ଡ ଦିଆଯାଉବେଲି ଅନୂରେଧ କରିଛନ୍ତି ।
.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking