26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଯଦି ପିଲା ସକାଳ ୭ଟା ଠାରୁ ସ୍କୁଲ ଯାଇପାରୁଛନ୍ତି, କୋର୍ଟ କାହିଁକି ଘଣ୍ଟାଏ ପୂର୍ବରୁ ଆରମ୍ଭ...

ଯଦି ପିଲା ସକାଳ ୭ଟା ଠାରୁ ସ୍କୁଲ ଯାଇପାରୁଛନ୍ତି, କୋର୍ଟ କାହିଁକି ଘଣ୍ଟାଏ ପୂର୍ବରୁ ଆରମ୍ଭ ହେବ ନାହିଁ : ଜଷ୍ଟିସ ୟୁ ୟୁ ଲଳିତ

ନୂଆଦିଲ୍ଲୀ : ଯଦି ପିଲାମାନେ ସକାଳ ୭ ଟା ଠାରୁ ସ୍କୁଲ ଯାଇପାରିବେ ତେବେ ସୁପ୍ରିମ କୋର୍ଟ କାହିଁକି ଏକ ଘଣ୍ଟା ଆଗରୁ ଆରମ୍ଭ ହେବନାହିଁ ? ଭାରତର ଆଗାମୀ ଚିଫ ଜଷ୍ଟିସ ଜଷ୍ଟିସ ୟୁ ୟୁ ଲଲିତ ଏକ ଶୁଣାଣି ଚାଲିଥିବା ସମୟରେ ଏହି ଟିପ୍ପଣୀ ଦେଇଛନ୍ତି । ସେ ନିଜେ ଏକ ମାମଲାର ଶୁଣାଣି ଏକ ଘଣ୍ଟା ପୂର୍ବରୁ ଆରମ୍ଭ କରି ଏହି ଟିପ୍ପଣୀ ଦେଇଛନ୍ତି । କହିରଖିବା ଉଚିତ ହେବକି ଜଷ୍ଟିସ ଲଳିତ ଏକ ମାମଲାର ଶୁଣାଣି ସକାଳ ୯
.୩୦ ରେ ଆରମ୍ଭ କରିଛନ୍ତି । ଯେବେକି କୋର୍ଟ କାର୍ଯ୍ୟ ସାଧାରଣତଃ ସକାଳ ସାଢେ ୧୦ଟା ଠାରୁ ଆରମ୍ଭ ହୋଇଥାଏ । ଆଉ ଏହି ସମୟରେ ସେ କହିଛନ୍ତିକି ଯଦି ଛୋଟ ଛୋଟ ପିଲାମାନେ ସକାଳ ୭ଟାରୁ ଉଠି ସ୍କୁଲ ଯାଇପାରୁଛନ୍ତି ତେବେ ଓକିଲ ତଥା ଜଜଙ୍କ କାର୍ଯ୍ୟ କାହିଁକି ସକାଳ ୯ ଟା ଠାରୁ ଆରମ୍ଭ ହୋଇପାରିବ ନାହିଁ ?

ଭାରତର ପୂର୍ବ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଖୁବ କମ ସମୟ ମଧ୍ୟରେ ଶୁଣାଣି ହେଉଥିବାରୁ ସେନେଇ ଖୁସି ଜାହିର କରିଛନ୍ତି । ଆଉ ଏହି ସମୟରେ ଶ୍ରୀ ରୋହତଗୀ ସୁପ୍ରିମ କୋର୍ଟରେ କହିଛନ୍ତିକି, କୋର୍ଟ କାର୍ଯ୍ୟ କାର୍ଯ୍ୟ ଆରମ୍ଭ ହେବାର ସଠିକ ସମୟ ହେଉଛି ସକାଳ ୯.୩୦ । ଆଉ ସେ ସବୁବେଳେ ସଠିକ ସମୟରେ କାର୍ଯ୍ୟ ଆରମ୍ଭ କରିବା ନେଇ ଗୁରୁତ୍ୱ ଦେଇଆସିଛନ୍ତି । ତାଙ୍କ ଅନୁଯାୟୀ ଶୀଘ୍ର କାମ ଆରମ୍ଭ ହେଲେ ସମୟ ଅନୁସାରେ କାମ ସରିବା ସହିତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । ଏହା ସହିତ ସେ ଏହି ପ୍ରସ୍ତାବ ମଧ୍ୟ ଦେଇଛନ୍ତିକି ଯଦି ସୁପ୍ରିମ କୋର୍ଟ ଶୁଣାଣି ସକାଳ ୯ ଟାରେ ଆରମ୍ଭ ହେବ ତେବେ ଲମ୍ବା ଶୁଣାଣି ପରେ ସାଢେ ୧୧ ଟା ସମୟରେ ଅଧା ଘଣ୍ଟା ପାଇଁ ବ୍ରେକ ମିଳିପାରିବ । ଆଉ ଏହା ଦ୍ୱାରା ସନ୍ଧ୍ୟା ସମୟରେ କାମ କରିବା ପାଇଁ ଅଧିକ ସମୟ ମଧ୍ୟ ମିଳିପାରିବ ।

କହିରଖୁଛୁକି ଜଷ୍ଟିସ ୟୁ ୟୁ ଲଳିତ ଭାରତର ଆଗାମୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ବର୍ତ୍ତମାନର ଚିଫ ଜଷ୍ଟିସ ଏନ ବି ରମନାଙ୍କ ପରେ ସେ ପଦ ଭାର ସମ୍ଭାଳିବେ । ଆସନ୍ତା ଅଗଷ୍ଟ ୨୭ ତାରିଖରେ ଜଷ୍ଟିସ ରମନାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଯଦି ବର୍ତ୍ତମାନର ନିୟମ ସବୁକୁ ଧରାଯାଏ ତେବେ ସୁପ୍ରିମ କୋର୍ଟ ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ କରୁଛି । ଆଉ ଦୈନନ୍ଦିନ କାର୍ଯ୍ୟ ସକାଳ ୧୦.୩୦ଟା ଠାରୁ କେଶ ଶୁଣାଣି ହେବା ସହ ଅପରାହ୍ନ ୪ଟା ଯାଏଁ ଚାଲୁଛି । ଯେବେକି ୧ରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking