28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଯଦି କାଲି ପାଇଁ ପ୍ରସ୍ତୁତି, ପରିବର୍ତ୍ତନ ଜରୁରୀ- ଡୋଭାଲ

ଯଦି କାଲି ପାଇଁ ପ୍ରସ୍ତୁତି, ପରିବର୍ତ୍ତନ ଜରୁରୀ- ଡୋଭାଲ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ବଡ ବୟାନ । ଯୁଦ୍ଧ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଡକୁ ଆମେ ଅଗ୍ରସର ହେଉଛୁ । ଧିରେ ଧିରେ ଆମେ ସିଧାସଳଖ ଯୋଗାଯୋଗ ବିହୀନ ଯୁଦ୍ଧ ଆଡକୁ ଯାଉଛୁ । ଆଗାମୀ ଦିନରେ ଅଦୃଶ୍ୟ ଶତ୍ରୁ ସହ ଆମେ ଯୁଦ୍ଧ କରିବାକୁ ଯାଉଛୁ । ଯୁଦ୍ଧ ପ୍ରତିରକ୍ଷାରେ ବୈଷୟିକ ଜ୍ଞାନ କୈାଶଳ ନିର୍ଣ୍ଣାୟକ ହେବାକୁ ଯାଉଛି । ଯଦି ଆମକୁ କାଲି ପାଇଁ ପ୍ରସ୍ତୁତ ହେବାକୁ ପଡିବ , ତେବେ ପରିବର୍ତ୍ତନ ଜରୁରୀ । ମୋଦୀ କ୍ଷମତାକୁ ଆସିବା ପରେ ପ୍ରତିରକ୍ଷା କୁ ପ୍ରାଥମିକତା ଦେଇଥିଲେ । କେମିତି ଦେଶ ସୁରକ୍ଷିତ ଓ ଦୃଢ ରହିବ , ସେ ନେଇ ଅଗ୍ରାଧିକାର ଦେଇଥିଲେ । ସୁରକ୍ଷା ବ୍ୟବସ୍ଥା ଏକ ପରିବର୍ତ୍ତନଶୀଳ ପ୍ରକ୍ରିୟା କହିଲେ ଅଜିତ ଡୋଭାଲ । ପରିବେଶ ଓ ପରିସ୍ଥିତି ଦେଖି ଦେଶ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପଡିବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଇକ୍ୟୁପମେଣ୍ଟ, ଷ୍ଟ୍ରକଚରରେ ପରିବର୍ତ୍ତନ ଜରୁରୀ । ବୈଷୟିକ ଜ୍ଞାନ କୈାଶଳ ଓ ମ୍ୟାନ ପାୱାରରେ ପରିବର୍ତ୍ତନ ଜରୁରୀ । ଅଗ୍ନିବୀର ଙ୍କୁ ନେଇ ସାରା ସେନା ଗଠନ ହେବନି କହିଲେ ଡୋଭାଲ । ଯେଉଁ ମାନେ ନିୟମିତ ହେବେ, ସେମାନଙ୍କୁ ଅଧିକ କଠିନ ପ୍ରଶିକ୍ଷଣ ଦିଆଯିବ । ରେଜିମେଣ୍ଟ ବ୍ୟବସ୍ଥା ଚାଲୁ ରହିବ ବୋଲି ସ୍ପଷ୍ଟ କଲେ ଅଜିତ ଡୋଭାଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking