40.1 C
Bhubaneswar
Tuesday, April 30, 2024
Homeଓଡିଶାମୋ ପ୍ରତି ଘୋର ଅନ୍ୟାୟ ହୋଇଛି : ସୁର

ମୋ ପ୍ରତି ଘୋର ଅନ୍ୟାୟ ହୋଇଛି : ସୁର

ଭୁବନେଶ୍ବର: କଂଗ୍ରେସରୁ ବହିଷ୍କୃତ ହେଲେ ସୁରେଶ ରାଉତରାୟ। ପ୍ରାୟ ୫୦ ବର୍ଷ ଧରି ଦଳ ପାଇଁ କାମ କରିଥିବା ସୁର କଂଗ୍ରେସରୁ ବିଦା। ଦଳ ବିରୋଧୀ କାମ ଅଭିଯୋଗରେ ସୁରେଶ ବହିଷ୍କୃତ । ଜଟଣୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁର । କଂଗ୍ରେସ ତାଙ୍କୁ ବହିଷ୍କାର କରିବା ପରେ ସୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି । ତେବେ ମୋ ପ୍ରତି ଏହା ଘୋର ଅନ୍ୟାୟ। କିଛି ଭୁଲ୍ ନକରି କଂଗ୍ରେସରୁ ମୋତେ ବର୍ହିଷ୍କାର କରାଯାଇଛି । ୫୦ ବର୍ଷ ଧରି ମୁଁ କଂଗ୍ରେସରେ କାମ କରିଛି। ମୋ ପୁଅ ଅନ୍ୟ ଦଳରୁ ଟିକେଟ ପାଇଛି । ମୋର କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସୁର। “ମୁଁ ଦଳ ଛାଡ଼ି ନଥୁଲି I ବହିଷ୍କାର ସର୍ଭେ, ମୁଁ କଂଗ୍ରେସରେ ଅଛି ଓ ଜୀବନ ଥିବା ଯାଏ କଂଗ୍ରେସରେ ରହିବି ବୋଲି ବିଧାୟକ ସୁରେଶ ରାଉତରାୟ ପୁଣି ଥରେ କହିଛନ୍ତି । ତାଙ୍କୁ ଶେଷ ଥର ଯେତେବେଳେ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ନେଇ ସେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ଓ ଆସନ୍ତାକାଲି ସେ କଂଗ୍ରେସ ଶୀର୍ଷ ନେତୃତ୍ବଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking