34.1 C
Bhubaneswar
Wednesday, May 1, 2024
Homeଖେଳଆଜି ରାଜସ୍ଥାନ ରୟାଲ୍ସ ବନାମ କଲକାତା ନାଇଟ୍ ରାଇଡର୍ସ

ଆଜି ରାଜସ୍ଥାନ ରୟାଲ୍ସ ବନାମ କଲକାତା ନାଇଟ୍ ରାଇଡର୍ସ

କଲକାତା : ମଙ୍ଗଳବାର ଇଡେନ୍ ଗାର୍ଡେନ୍‌ସରେ ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ଯରେ ମୁକାବିଲା ହେବ। ରାଜସ୍ଥାନ ୬ଟିରୁ ୫ଟି ମ୍ୟାଚ୍ ଜିତି ଶୀର୍ଷରେ ଥିବାବେଳେ କେକେଆର୍ ୫ଟିରୁ ୪ଟି ମ୍ୟାଚ୍ ଜିତି ୨ୟ ସ୍ଥାନରେ ରହିଛି। ତେଣୁ ମଙ୍ଗଳବାର ଯେଉଁ ଦଳ ଜିତିବ । ଏହା ଶୀର୍ଷ ସ୍ଥାନରେ ରହିବ। ରାଜସ୍ଥାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌କୁ କେକେଆର୍‌ର ସୁନୀଲ ନାରାୟଣଙ୍କ ସିନ୍ଦୂର ମୁକାବିଲା କରିବାକୁ ପଡ଼ିବ । ଗତ ୧୨ ବର୍ଷ ହେଲା ନାରାୟଣ କେକେଆର୍ ପାଇଁ ନିୟମିତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଗୌତମ ଗମ୍ଭୀରଙ୍କ ପରାମର୍ଶରେ ନାରାୟଣଙ୍କ ବୋଲିଂରେ ଆହୁରି ଉନ୍ନତି ଘଟିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ବିପକ୍ଷରେ ୧/୧୯ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ୧/୧୭ ବୋଲିଂ ଫିଗର ନାରାୟଣ ହାସଲ କରିଛନ୍ତି । ମଝି ଓଭରରେ ରନ୍ ରୋକିବାରେ ସିଦ୍ଧହସ୍ତ ପ୍ରମାଣିତ ହୋଇଛନ୍ତି ନାରାୟଣ । ମଙ୍ଗଳବାରର ମ୍ୟାଚ୍ରେ ଫର୍ମରେ ଥିବା ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ୍- ସଞ୍ଜୁ ସାମ୍‌ନ, ରିୟାନ୍ ପରାଗ ଓ ସିମୁନ୍ ହେଡ୍‌ମେୟରଙ୍କୁ ରୋକିବା ନାରାୟଣଙ୍କ ପାଇଁ ବଡ଼ ଆହ୍ବାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking