28.1 C
Bhubaneswar
Saturday, April 27, 2024
Homeଓଡିଶାସ୍ତ୍ରୀଙ୍କୁ ନିର୍ଯ୍ୟାତନା, ସ୍ୱାମୀ ଅଟକ

ସ୍ତ୍ରୀଙ୍କୁ ନିର୍ଯ୍ୟାତନା, ସ୍ୱାମୀ ଅଟକ

ଭୁବେନଶ୍ୱର : ବିବାହ ବେଳେ ମୋଟା ଅଙ୍କର ଯୌତୁକ ଆଣି ବିବାହ କରିଥିଲେ । ଯୌତୁକ ଟଙ୍କା ଖର୍ଚ୍ଚ ହେବା ପରେ ସ୍ତ୍ରୀଙ୍କ ଉପରେ ଜଣେ ଯୁବକ ନିର୍ଯାତନା ଆରମ୍ଭ କରିଛନ୍ତି । ଏନେଇ ପାତ୍ରପଡ଼ା ଅଞ୍ଚଳର ଜଣେ ମହିଳା ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ପାତ୍ରପଡ଼ା ଅଞ୍ଚଳ ଭଗବାନପୁରରେ ଜଣେ ଯୁବକ ଗତ ୨୦୧୮ ମସିହାରେ ଜଟଣୀ ଥାନା ରାଜାବଜାରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଯୁବକ ଦୁବାଇରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ । ପରେ ଓଡି଼ଶା ଫେରି ଏଠି ସରକାରୀ ଚାକିରି କରୁଛନ୍ତି ବୋଲି ବିବାହ ସମୟରେ କୁହାଯାଇଥିଲା । ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ଦାବି କରାଯାଇଥିବାବେଳେ ଯୁବତୀଙ୍କ ପରିବାର ପକ୍ଷରୁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା । ତେବେ ବିବାହର କିଛିଦିନ ପରେ ତାଙ୍କ ସ୍ୱାମୀ ସରକାରୀ ଚାକିରି କରୁନଥିବା ଜାଣିବାକୁ ପାଇଥିଲେ । ପରେ ଯୌତୁକ ଟଙ୍କା ସରିଯିବା ପରେ ମହିଳାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା । ନିର୍ଯାତନା ସହିନପାରି ୬ ମାସ ତଳେ ମହିଳା ଜଣକ ତାଙ୍କ ବାପଘରକୁ ପଳାଇ ଯାଇଥିଲେ । ପରେ ତାଙ୍କ ସ୍ୱାମୀ ବୁଝାସୁଝା କରି ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ତେବେ ୨ ଦିନ ପୂର୍ବେ ଯୌତୁକ ଟଙ୍କା ପାଇଁ ମହିଳାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏନେଇ ମହିଳା ଓ ତାଙ୍କ ପରିବାର ଲୋକେ ଥାନାରେ ଅଭଯୋଗ କରିବାକୁ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking